Photograph: (Sambad.in)
ନୂଆଦିଲ୍ଲୀ: ବସ୍ତିରେ ଭୟଙ୍କର ବିସ୍ଫୋରଣ । ସିଲିଣ୍ଡର ଫାଟିବାରୁ ରାଜଧାନୀର ଛାତି ଉପରେ ଥିବା ଏକ ବସ୍ତିରେ ବଡଧରଣର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ବସ୍ତି । ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ ଘରଦ୍ବାରା ଜଳିପୋଡି ସବୁ ଛାରଖାର ହେଇ ଯାଇଛି । ଏଥିସହ ନିଆଁରେ ଜୀଅନ୍ତା ଜଳିଯାଇଛନ୍ତି ୩ ଶ୍ରମିକ ।
/sambad/media/media_files/2025/03/11/nA3Nh3hWcX9ayiXXOcgH.jpg)
ତେବେ ଆଜି ବିଳମ୍ବିତ ରାତି ପ୍ରାୟ ୨ଟା ୧୫ ପାଖାପାଖି ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବା କାରଣରୁ ୩ ଜଣଙ୍କ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି ।
/sambad/media/media_files/2025/03/11/rXi9nivs4IgM9A0AN6BP.jpg)
ଅଗ୍ନିକାଣ୍ଡ ପରେ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଏବଂ ପୋଲିସ ଘଟଣାସ୍ଥଳରୁ ୩ ମୃତଦେହ ଉଦ୍ଧାର କରିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି ।
Follow Us