ଦିଲ୍ଲୀ ଉପହାର ସିନେମାରେ ପୁଣି ଅଗ୍ନିକାଣ୍ଡ; ନିଆଁ ଲିଭାଇଲେ ୯ଟି ଦମକଳ

ଦିଲ୍ଲୀ ଉପହାର ସିନେମାରେ ପୁଣି ଅଗ୍ନିକାଣ୍ଡ; ନିଆଁ ଲିଭାଇଲେ ୯ଟି ଦମକଳ

Image Courtesy of Zee News

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀସ୍ଥିତ ‘ଉପହାର ସିନେମା’ରେ ପୁଣି ନିଆଁ ଲାଗିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଭୋର୍‌ ୪.୪୬ରେ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ୯ଟି ଦମକଳ ପଠାଯାଇଥିଲା। ସକାଳ ୭.୨୦ ସୁଦ୍ଧା ନିଆଁ ଲିଭାଯାଇଥିଲେ ମଧ୍ୟ ପ୍ରେକ୍ଷାଳୟରେ ଥିବା ସିଟ୍‌, ଆସବାବ୍‌ପତ୍ର ଏବଂ ବର୍ଜ୍ୟ ସମାଗ୍ରୀଗୁଡ଼ିକ ନିଆଁରେ ପୋଡ଼ିଯାଇଛି ବୋଲି ଦିଲ୍ଲୀ ଫାୟାର୍‌ ସର୍ଭିସ୍‌ର ନିର୍ଦେଶକ ଅତୁଲ ଗର୍ଗ କହିଛନ୍ତି।

ନିଆଁ ଲାଗିଯିବାରୁ ‌ଉକ୍ତ ପ୍ରେକ୍ଷାଳୟର ବାଲ୍‌କୋନି ଓ ଗୋଟିଏ ଚଟାଣ ପ୍ରଭାବିତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ଆହତ ହୋଇ ନ ଥିବା ରିପୋର୍ଟ ମିଳିଛି।

publive-image Image Courtesy of NDTV

ସ୍ମରଣଯୋଗ୍ୟ, ଗ୍ରିନ୍‌ ପାର୍କ ଅଞ୍ଚଳରେ ଅବସ୍ଥିତ ‘ଉପହାର ସିନେମା’ରେ ୧୯୯୭ ମସିହା ଜୁନ୍‌ ୧୩ ତାରିଖ ଦିନ ଭୟାବହ ଅଗ୍ନିକାଣ୍ଡ ଘଟି ୫୯ଜଣଙ୍କର ମୃତ୍ୟୁ ଘଟିଥିଲା, ଏବଂ ଶତାଧିକ ବ୍ୟକ୍ତି ଆହତ ‌ହୋଇଥିଲେ।

ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ ତଥା ପ୍ରେକ୍ଷାଳୟର ମାଲିକ ଗୋପାଳ ଅନ୍‌ସାଲ୍‌ ଏବଂ ସୁନୀଲ୍‌ ଅନ୍‌ସାଲ୍‌ଙ୍କୁ ଏଥିପାଇଁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନଙ୍କ ଅବହେଳା ଯୋଗୁଁ ଏତେ ଲୋକଙ୍କ ମୃତ୍ୟୁ ଘଟିଥିବା କଥା ତଦନ୍ତରୁ ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe