ଇନ୍ଦୋରର ଗୋଲେ୍ଡନ ଗେଟ୍ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

Advertisment

ଏବେ ବି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି

ଏବେ ବି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି

ଇନ୍ଦୋରର ଗୋଲେ୍ଡନ ଗେଟ୍ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

image source-hindustantimes

ଇନ୍ଦୋର: ଆଜି ସକାଳେ ଇନ୍ଦୋରର ଏକ ନାମୀ ହେଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଇନ୍ଦୋରର ବିଜୟ ନଗର ଅଞ୍ଚଳରେ ଥିବା ଗୋଲେ୍ଡନ ଗେଟ୍ ହୋଟେଲରେ ଅଚାନକ ଅଗ୍ନିକାଣ୍ଡ ଘଟିଛି।ଏହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି।

ଏସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି।ଏହି ରିପୋର୍ଟ ପ୍ରସ୍ତୁତ ହେବାଯାଏଁ ହୋଟେଲ ବାହାରେ ଲାଗିଥିବା ନିଆଁକୁ ଦମକଳ ବାହିନୀ ନିୟନ୍ତ୍ରଣ କରିଥିବା ବେଳେ ଭିତରର ନିଆଁ ଏଯାଏଁ ଲିଭି ନଥିବା କୁହାଯାଉଛି ।
ଏଯାବତ୍ ଅଗ୍ନିଶମ ବାହିନୀର କାମ ଅବ୍ୟାହତ ଜାରି ରହିଛି। ତେବେ ଗୋଲେ୍ଡନ ଗେଟ୍ ହୋଟେଲରେ ବହୁ ଲୋକ ଫସି ରହିଥିବା କୁହାଯାଉଛି। ଅଗ୍ନି ନିର୍ବାପକ ବାହିନୀ ଏବଂ ପୁଲିସର ଏକ ଟିମ୍ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି।


ଏହି ହୋଟେଲରେ ସଟ୍ ସର୍କିଟ୍ ହେତୁ ଏଭଳି ଅଗ୍ନିକାଣ୍ଡ ଘଟିଥିବାର ଆଶଙ୍କା କରାଯାଉଛି। ହୋଟେଲର ଏକ ଅଂଶ କାଠରେ ତିଆରି ହୋଇଥିଲା। ଏହି କାରଣରୁ ନିଆଁ ଖୁବ୍ ଶୀଘ୍ର ଧରିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଘଟଣା ସ୍ଥଳରେ ପୁଲିସ ବି ପହଞ୍ଚିଥିବା ଜଣାଯାଇଛି।ଏହି ଭୟାବହ ଅଗ୍ନିକାଣ୍ଡରେ କେତେ ପରିମାଣର ସଂପତ୍ତି ନଷ୍ଟ ହୋଇଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe