ଇସ୍ରୋର ଅହମ୍ମଦାବାଦ କେନ୍ଦ୍ରରେ ଅଗ୍ନିକାଣ୍ଡ

Advertisment
ଇସ୍ରୋର ଅହମ୍ମଦାବାଦ କେନ୍ଦ୍ରରେ ଅଗ୍ନିକାଣ୍ଡ

ଅହମ୍ମଦାବାଦ୍‌: ଭାରତୀୟ ମହାକାଶ କେନ୍ଦ୍ର ଭିତରେ ଶୁକ୍ରବାର ହଠାତ୍‌ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି । ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁର କାରଣ ଜଣା ପଡ଼ିନାହିଁ। ଏଯାବତ୍‌ ଜନଜୀବନ ହାନି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ।

ଏହି ଅଗ୍ନିକାଣ୍ଡ ଇସ୍ରୋର ସାଟେଲାଇଟ୍‌ ପରୀକ୍ଷଣ ପାଇଁ ରହିଥିବା ଆଣ୍ଟିନା ଟେଷ୍ଟିଂ ଲାବୋରେଟୋରିରେ ଘଟିଥିବା ସୂଚନା ରହିଛି। ଏହି ଲ୍ୟାବ୍‌ ଇସ୍ରୋର ସ୍ପେସ୍‌ ଆପ୍‌ଲିକେସନ ସେଣ୍ଟର୍‌(ଏସ୍‌ଏସି) ପରିସରରେ ରହିଛି। ଲ୍ୟାବ୍‌ କାନ୍ଥରେ ଥିବା ୟୁ-ଫୋମ୍‌ ସାମଗ୍ରୀ ସଂସ୍ପର୍ଶରେ ଆସିବାରୁ ନିଆଁ ଖୁବ୍‌ ଜୋର୍‌ରେ ବ୍ୟାପିବାରେ ଲାଗିଥିଲା।

ଏସ୍‌ଏସ ହେଉଛି ସହର ଭିତରେ ଇସ୍ରୋର ସବୁଠାରୁ ଗୁରୁତପୂର୍ଣ୍ଣ ଗବେଷଣା କେନ୍ଦ୍ର। ଏଠାରେ ସାଟେଲାଇଟ୍‌ ପାଇଁ ପ୍ଲେଲୋଡସ ତିଆରି ହୋଇଥାଏ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମେ ମାସରେ ମଧ୍ୟ ଅହମ୍ମଦାବାଦ୍‌ରେ ଥିବା ଇସ୍ରୋର ସ୍ପେସ୍‌ ଆପ୍‌ଲିକେସନ ସେଣ୍ଟର୍‌(ଏସ୍‌ଏସି)ରେ ଏକ ଭୟାନକ ଅଗ୍ନିକାଣ୍ଡ ଘଟିଥିଲା। ସେଥିରେ ଜନଜୀବନ ପ୍ରଭାବିତ ହୋଇନଥିଲେ। ୨ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତରେ ଅଣାଯାଇ ପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe