ଦିଲ୍ଲୀର ଜୀବନଦୀପ ବିଲ୍ଡିଂରେ ଅଗ୍ନିକାଣ୍ଡ, ୭ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲେ

ଦିଲ୍ଲୀର ଜୀବନଦୀପ ବିଲ୍ଡିଂରେ ଅଗ୍ନିକାଣ୍ଡ, ୭ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲେ

Photo Credit: ANI

ନୂଆଦିଲ୍ଳୀ: ଦିଲ୍ଳୀର ପାର୍ଲିୟାମେଣ୍ଟ୍‌ ଷ୍ଟ୍ରିଟ୍‌ରେ ଥିବା ଜୀବନଦୀପ ବିଲ୍ଡିଂର ଚତୁର୍ଥ ମହଲାରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡ ଘଟିବା ପରେ ଖବର ପାଇଁ ଘଟଣାସ୍ଥଳରେ ୭ଟି ଅଗ୍ନିଶମ ବାହିନୀ ଯାଇ ଉଚିତ ସମୟରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ କର୍ମଚାରମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ନିଆଁକୁ ଆୟତ୍ତରେ ଆଣିଥବା ସୂଚନା ରହିଛି

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଗ୍ନିଶମ କର୍ମୀମାନେ ପହଞ୍ଚିବା ପରେ ନିଆଁକୁ ଆୟତ୍ତୁ ଆଣିବା ସହ ସେହି ବିଲ୍ଡିଂରେ ଫଶି ରହିଥିବା ୫୦ ଜଣ ଲୋକଙ୍କୁ ତତ୍‌କ୍ଷଣାତ ସ୍ଥାନାନ୍ତର କରିଥିଲେ। ଫଳରେ କାହାରି ସେପରି କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ବିଲ୍ଡିଂ ଭିତରେ ଥିବା ଆସବାପତ୍ର ଜଳିପୋଡ଼ି ପାଉଁସ ହୋଇଯାଇଛି। ନିକଟସ୍ଥ ଅନ୍ୟ ଘରଗୁଡ଼ିକୁ ଘେରାବନ୍ଦୀ କରା ଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe