Image Courtesy of Deccan Chronicle
ମୁମ୍ବାଇ: ସୋମବାର ସକାଳେ ମୁମ୍ବାଇ ସେସନ୍ସ୍ କୋର୍ଟ କୋଠାର ତୃତୀୟ ତାଲାରେ ଅଗ୍ନିକାଣ୍ଡ ଘଟିଥିବା କଥା ଜଣେ ଅଧିକାରୀ କହିଛନ୍ତି।
ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।
ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ର ବିପର୍ଯ୍ୟୟ ପରିଚାଳନା ୟୁନିଟ୍ କହିବାନୁସାରେ, ଦକ୍ଷିଣ ମୁମ୍ବାଇସ୍ଥିତ ମୁମ୍ବାଇ ୟୁନିଭର୍ସିଟି ପରିସର ନିକଟରେ ଥିବା କୋର୍ଟ କୋଠାରେ ନିଅାଁ ଲାଗିଥିବା ଖବର ସକାଳ ୭ଟା ୪୧ ମିନିଟ୍ରେ ଅଗ୍ନିଶମ ବିଭାଗ ପାଇଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀ ସେ ସ୍ଥାନରେ ପହଞ୍ଚି ନିଅାଁ ଲିଭାଇ ଥିଲେ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ଏ ଘଟଣାର ତଦନ୍ତ କରାଯିବ।
Follow Us