Image Courtesy of HT
ମୁମ୍ବାଇ: ଗୁରୁବାର ପ୍ରତ୍ୟୁଷରେ ଉତ୍ତର ମୁମ୍ବାଇର ଆନ୍ଧେରି ଠାରେ ଥିବା ଏକ ଆବାସିକ କୋଠାରେ ନିଅାଁ ଲାଗିଯିବାରୁ ୪ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ଅନ୍ୟ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି।
ରାତି ପ୍ରାୟ ଦୁଇଟା ବେଳେ ପୂର୍ବ ଆନ୍ଧେରିର ମାମୁନ୍ ମଞ୍ଜିଲ୍ରେ ଲାଗି ଥିବା ନିଅାଁର କାରଣ ଏବେ ଜଣା ପଡ଼ିନାହିଁ।। ଭୋର୍ ପ୍ରାୟ ୫ଟାବେଳେ ନିଅାଁକୁ ନିୟନ୍ତ୍ରଣ କରାଯାଇଥିଲା।
Image Courtesy of Zee News୪ ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୧୦ ଏବଂ ୧୪ ବର୍ଷର ଦୁଇ ଜଣ ନାବାଳକ ଏବଂ ଜଣେ ୮୦ ବର୍ଷିୟ। ଅନ୍ୟ ଜଣକ କଥା ଜଣା ପଡ଼ିନାହିଁ।ଆହତ ପାଞ୍ଚ ଜଣଙ୍କୁ ହୋଲି ସ୍ପିରିଟ୍ ହସ୍ପିଟାଲ୍ରେ ଦାଖଲ କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଅଗ୍ନିଶମ କର୍ମଚାରୀମାନେ ଅନ୍ୟୂନ ୧୧ ଜଣ ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରିଥିଲେ।
ପ୍ରାଥମିକ ସୂଚନା ଅନୁସାରେ, ଆନ୍ଧେରିସ୍ଥିତ ଭୋରି କଲୋନିରେ ଥିବା ୫ ତାଲା ବିଶିଷ୍ଟ କୋଠା ଘରେ ନିଅାଁ ଲାଗିଥିଲା। ଘଟଣାସ୍ଥଳକୁ ୫ଟି ଦମକଳ ଏବଂ ପାଣି ଟ୍ୟାଙ୍କର୍ ନିଆ ଯାଇଥିଲା।
Follow Us