ବୈ‌‌ଷ୍ଣୋ ଦେବୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

Advertisment
ବୈ‌‌ଷ୍ଣୋ ଦେବୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

ଜମ୍ମୁ-କଶ୍ମୀର: ଜମ୍ମୁ ଓ କଶ୍ମୀରରେ ଥିବା ମା ବୈ‌‌ଷ୍ଣୋ ଦେବୀ ବୋର୍ଡର କେସ କାଉଣ୍ଟର ନମ୍ବର ୨ରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳ‌ରେ ପହଞ୍ଚିଛି।

ଏହି ଅଗ୍ନିକାଣ୍ଡ ଲାଗିବା ଖବର ଲେଖାହେଲା ପର୍ଯ୍ୟନ୍ତ ଏଥିରେ ୨ଜଣ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଫାୟାର ଉଇଙ୍ଗର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ତେବେ କେସ କାଉଣ୍ଟରରେ ସର୍ଟ ସର୍କିଟ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ପ୍ରକାଶ। ତେବେ ନିଆଁ ଲାଗିବାର କାରଣ ଯାଞ୍ଚ କରାଯାଉଛି। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ କେସ କାଉଣ୍ଟର  ପୂରାପୂରି ଜଳି ପାଉଁଶ ହୋଇଯାଇଥିଲା। ନିଆଁକୁ ୮୦ ପ୍ରତିଶତ ଆୟତ୍ତକୁ ଅଣାଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେତେ ପରିମାଣରେ କ୍ଷତି ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe