Image Courtesy of USA Today
ନୂଆଦିଲ୍ଲୀ: ନିୟୁୟର୍କସ୍ଥିତ ହିଲାରି ଏବଂ ବିଲ୍ କ୍ଲିଣ୍ଟନ୍ଙ୍କ ଘରେ ବୁଧବାର ଅପରାହ୍ଣରେ ଏକ ଛୋଟକାଟିଆ ଅଗ୍ନିକାଣ୍ଡ ଘଟିଥିଲା, କିନ୍ତୁ ତାହାକୁ ତୁରନ୍ତ ଲିଭାଇ ଦିଆଯାଇଥିବା କଥା ଅଧିକାରୀମାନେ କହିଛନ୍ତି।
ସିକ୍ରେଟ୍ ସର୍ଭିସ୍ ବ୍ୟବହାର କରୁଥିବା କ୍ଲିଣ୍ଟନ୍ଙ୍କ ଘରେ ଅପରାହ୍ଣ ୨ଟା ୪୦ ମିନିଟ୍ରେ ନିଅାଁ ଲାଗିଥିଲା ବୋଲି ସିକ୍ରେଟ୍ ସର୍ଭିସ୍ ଏକ ଷ୍ଟେଟ୍ମେଣ୍ଟ୍ରେ କହିଛି। ଅପରାହ୍ଣ ୩ଟା ୧୫ ସୁଦ୍ଧା ନିଅାଁ ଲିଭାଇ ଦିଆଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି।
ଖବର ପାଇ ଘଟନାସ୍ଥଳରେ ତିନୋଟି ଦମକଳ ଓ ଏକ ଆମ୍ବୁଲାନ୍ସ୍ ପହଞ୍ଚିଥିଲା।
ଘରର ଦ୍ୱିତୀୟ ତାଲାର ସିଲିଙ୍ଗ୍ରେ ନିଅାଁ ଲାଗିଥିଲା। କିନ୍ତୁ ଅଗ୍ନିକାଣ୍ଡର କାରଣ ସମ୍ବନ୍ଧରେ କୌଣସି ସୂଚନା ଦିଆଯାଇ ନାହିଁ।
Follow Us