ହୋଲିରେ ଅଘଟଣ: ବିଲ୍ଡିଂରେ ଭୟଙ୍କର ନିଆଁ; ୩ ମୃତ, ଫସିଛନ୍ତି ୩୦ ଜଣ

3 dead in fire

ଗାନ୍ଧୀନଗର: ନିଆଁ ଆଁରେ ଜଳିଗଲା ବିରାଟ ବିଲ୍ଡିଂ । ଗୁଜୁରାଟ ରାଜକୋଟର ଆଟଲାଣ୍ଟିସ ବିଲ୍ଡିଂରେ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ୩ ଜଣ । ଏବେବି ବିଲ୍ଡି ଭିତରେ ୩୦ରୁ ଅଧିକ ଲୋକ ଫସିଥିବା ସୂଚନା ମିଳିଛି ।

ତେବେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ବିଲ୍ଡିଂ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ନିଆଁ ଏତେ ଜୋରରେ ଲାଗିଛି ଯେ ଚାଲିଆଡେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଛି ଯାହା ଉଦ୍ଧାର କାମରେ ବାଧା ଦେଉଛି । ଅଗ୍ନିଶମ ବିଭାଗ ତରଫରୁ କ୍ରେନ୍ ଯୋଗେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe