ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଇଞ୍ଜିନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାତ୍ରୀଙ୍କୁ ନେଇ ଯିବା ବେଳେ ଟ୍ରେନରେ ଲାଗିଲା ନିଆଁ । ଯାତ୍ରୀବାହୀ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ । ଟ୍ରେନର ଇଞ୍ଜିନରେ ଲାଗିଗଲା ନିଆଁ । ପଶ୍ଚିମବଙ୍ଗ ଉତ୍ତର ଦୀନାଜପୁର ଗସାଲ ରେଳ ଷ୍ଟେସନ ନିକଟରେ ଡିଏମଓ ଟ୍ରେନରେ ନିଆଁ ଲାଗିଥିବା ସୂଚନା ।

ଟ୍ରେନ୍

Photograph: (Sambad.in)

କୋଲକାତା: ଚଳନ୍ତା ଟ୍ରେନରେ ନିଆଁ । ଯାତ୍ରୀଙ୍କୁ ନେଇ ଯିବା ବେଳେ ଟ୍ରେନରେ ଲାଗିଲା ନିଆଁ । ଯାତ୍ରୀବାହୀ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ । ଟ୍ରେନର ଇଞ୍ଜିନରେ ଲାଗିଗଲା ନିଆଁ । ପଶ୍ଚିମବଙ୍ଗ ଉତ୍ତର ଦୀନାଜପୁର ଗସାଲ ରେଳ ଷ୍ଟେସନ ନିକଟରେ ଡିଏମଓ ଟ୍ରେନରେ ନିଆଁ ଲାଗିଥିବା ସୂଚନା ।

ଅଗ୍ନିକାଣ୍ଡ ପରେ ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଥିବା ବେଳେ ଭୟଭୀତ ହୋଇପଡିଥିଲେ ଯାତ୍ରୀ । ନିଆଁ ଲାଗିବା ପରେ ସଙ୍ଗେସଙ୍ଗେ ଟ୍ରେନକୁ ଅଟକାଯାଇଥିଲା ଏବଂ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡରେ କାହାରି କିଛି ହୋଇନି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କୁହାଯାଇପାରେ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ ।

ସେପଟେ ସୋସିଆଲ ମିଡିଆ ଏକ୍ସରେ କିଛି ଯାତ୍ରୀ ଭିଡିଓ ସେୟାର କରିଥିବା ବେଳେ ଏହା ବିହାର କିଶାନଗଞ୍ଜ ନିକଟରେ ବୋଲି କହି ଭିଡିଓ ପୋଷ୍ଟ କରିଛନ୍ତି । ଏବଂ ଟ୍ରେନଟି ସିଲିଗୁଡିରୁ ମାଲଦା ଯାଉଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଛି ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe