ରେଳ ଷ୍ଟେସନରେ ଠିଆ ହୋଇଥିବା କୋରବା ଏକ୍ସପ୍ରେସର ୪ ଟି ବଗିରେ ଅଗ୍ନିକାଣ୍ଡ

Advertisment
ରେଳ ଷ୍ଟେସନରେ ଠିଆ ହୋଇଥିବା କୋରବା ଏକ୍ସପ୍ରେସର ୪ ଟି ବଗିରେ ଅଗ୍ନିକାଣ୍ଡ

ବିଶାଖାପଟ୍ଟନମ୍: ରବିବାର ଛତିଶଗଡର କୋରବାଠାରୁ ଯାତ୍ରା ଆରମ୍ଭ କରି ବିଶାଖାପଟ୍ଟନମ୍‌ରେ ପହଞ୍ଚିଥିବା କୋରବା ଏକ୍ସପ୍ରେସ (୧୮୫୧୭) ଟ୍ରେନର ବଗିରେ ହଠାତ୍ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଟ୍ରେନ୍ କୋରବା ଠାରୁ ତିରୁମାଲା ଯାଉଥିଲା। ଯେତେବେଳେ ଟ୍ରେନ୍ ଷ୍ଟେସନରେ ଅଟକିଲା ବଗିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡ ଷ୍ଟେସନର ଚତୁର୍ଥ ପ୍ଲାଟଫର୍ମରେ ଘଟିଛି।|

ଅଗ୍ନିକାଣ୍ଡରେ ଏକ୍ସପ୍ରେସ୍‌ର ତିନୋଟି ଏସି ବଗି ସଂପୂର୍ଣ୍ଣ ଜଳି ଯାଇଛି। ତେବେ ଏଥିରେ କେହି ହତାହତ ହେବାର ଖବର ନାହିଁ। ଏହି ଅଗ୍ନିକାଣ୍ଡ ଘଟଣା ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଘଟିଛି।
ରେଳ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ବି-୭ ବଗିର ଶୌଚାଳୟରେ ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଫଳସ୍ୱରୂପ, ବି-୭ ବଗି ସଂପୂର୍ଣ୍ଣ ଜଳି ଯାଇଥିବାବେଳେ ବି-୬ ଏବଂ ଏମ-୧ ବଗିଗୁଡିକ ଆଂଶିକ ଭାବେ ପୋଡି ଯାଇଛି।

ସୌଭାଗ୍ୟବଶତଃ ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନ ଥିଲେ। ଯେଉଁଥିପାଇଁଏକ ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିଥିଲା। ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନିନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe