ନୂଆଦିଲ୍ଲୀ: ଗତଗୁରୁବାର ସନ୍ଧ୍ୟାରେ ଗ୍ରେଟର ନୋଏଡାର ନଲେଜ୍ ପାର୍କ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ବାଳିକା ଛାତ୍ରାବାସରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ସମଗ୍ର କ୍ୟାମ୍ପସ ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିଲା।
ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଯୁଦ୍ଧକାଳିନଭିତ୍ତିରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ହଷ୍ଟେଲରେ ଧୂଆଁ ଭରି ଯାଇଥିଲା। ଯାହା ଫଳରେ ସେଠାରେ ଉପସ୍ଥିତ ଛାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଭିତରେ ଫସି ରହିଥିବା ୪୦ ଜଣ ଛାତ୍ରୀଙ୍କୁ ସିଡ଼ି ଦେଇ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଛାତ୍ରାବାସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ଘଣ୍ଟାଏର ସମୟ ଲାଗିଥିଲା।
ପୁଲିସ ସୂତ୍ରରୁ ପ୍ରକାଶ, ଅଗ୍ନିକାଣ୍ଡ ଘଟଣା ସମୟରେ ହଷ୍ଟେଲରେ ପ୍ରାୟ ୧୬୦ ଜଣ ଛାତ୍ରୀ ଥିଲେ। ହଷ୍ଟେଲର ଏସି କମ୍ପ୍ରେସର ଫାଟିଯିବାରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବାକୁ ଚେଷ୍ଟା କରୁଛି।
ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ଚୌବେ କହିଛନ୍ତି, ‘ଗୁରୁବାର ସନ୍ଧ୍ୟା ପ୍ରାୟ ୫:୨୫ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା, ଯାହାପରେ ବିଭାଗୀୟ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଛାତ୍ରୀମାନଙ୍କୁ ଉଦ୍ଧାର କରିବା ସହିତ ନିଆଁକୁ ଆୟତ୍ତ କରିଥିଲେ।
Follow Us