(Photo Credits: PTI)
ବେଙ୍ଗାଲୁର: କର୍ଣ୍ଣାଟକର ତରଓ୍ଵାର ଉପକୂଳରେ ଭାରତୀୟ ନୌସେନାର ଯୁଦ୍ଧ ପୋତ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ଆଜି ଏକ ଅଘଟଣ ଘଟିଛି। ଏହି ଅଘଟଣରେ ଭାରତୀୟ ନୌସେନାର ଲେପ୍ଟନାଣ୍ଟ୍ କମାଣ୍ଡର୍ ଡି ଏସ୍ ଚୌହ୍ଵାନ ସହିଦ ହୋଇଥିବା ଜାଣିବାକୁ ମିଳିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବିମାନବାହୀ ଯୁଦ୍ଧ ପୋତ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଉପରେ ଏକ ଲଢୁଆ ବିମାନ ଅବତରଣ କରିବା କାଳରେ ଏହି ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣା ଫଳରେ ଅବତରଣ କରିଥିବା ବିମାନ ଓ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ନିଆଁ ଲାଗି ଯାଇଥିଲା। ଏହି ନିଆଁକୁ ଲିଭାଇବାକୁ ଗଲାବେଳେ ଳେଫ୍ଟନାଣ୍ଟ୍ କମାଣ୍ଡର୍ ଗୁରୁତର ଭାବରେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ତରଓ୍ଵାରର ନୌସେନା ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ହେଉଥିବା କାଳରେ ସେ ସହିଦ ହୋଇ ଯାଇଥିଲେ। ଏହି ଦୁର୍ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ଭାରତୀୟ ନୌସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଠି ଗଠିତ ହୋଇଥିବା ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/04/ins-vikramaditya-indian-navy-pti-784x441.jpg)