ବେଜିଂ: ବିମାନ ଆକାଶରେ ଉଡ଼ୁଥିଲା, ହଠାତ୍ ଲାଗିଗଲା ନିଆଁ । ଯାତ୍ରୀମାନଙ୍କ ଅବସ୍ଥା କଣ ହୋଇଥିବ ଟିକିଏ ଚିନ୍ତା କରନ୍ତୁ ତ । ଏପରି ଏକ ଘଟଣା ଘଟିଛି ଏୟାର ଚାଇନା (Airchina)ର ଏକ ବିମାନରେ ।
ଏୟାର ଚାଇନାର ଏକ ବିମାନରେ ହଠାତ୍ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ବିମାନଟି ବେଜିଂରୁ ସାଂଘାଇ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ରିପୋର୍ଟ ଅନୁଯାୟୀ,ଲଗେଜ ଥିବା ଥାକରୁ ନିଆଁ ଜଳୁଥିବା ଦେଖାଯିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ । ଏହା ପରେ ପାଇଲଟ ତୁରନ୍ତ ଜରୁରୀକାଳୀନ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏୟାରଲାଇନ ତୁରନ୍ତ ବିମାନ କର୍ମଚାରୀଙ୍କୁ ସକ୍ରିୟ କରିଥିଲା ଏବଂ ଯାତ୍ରୀମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା।
ଆହୁରି ପଢନ୍ତୁ : PAKISTAN : ଭାରତକୁ ମୁନୀରଙ୍କ ଧମକ, ଜବାବ ଦେଲେ ରାଜନାଥ
ଏୟାର ଚାଇନାର ଜଣେ ଅଧିକାରୀ କହିଛନ୍ତି ଯେ ନିଆଁ ଇଞ୍ଜିନର ଏକ ଛୋଟ ଅଂଶରେ ସୀମିତ ଥିଲା, କିନ୍ତୁ ବିମାନରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ବିମାନକୁ ତୁରନ୍ତ ସାଂଘାଇ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା, ଯେଉଁଠାରେ ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଦଳ ପ୍ରସ୍ତୁତ ଥିଲେ। ବିମାନର ଅବତରଣ ପରେ ତୁରନ୍ତ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇଦିଆଯାଇଥିଲା । ଆଶ୍ବସ୍ତିର କଥା ହେଉଛି ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।
ଆହୁରି ପଢନ୍ତୁ : Equal job opportunities for transgender: ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସମାନ ଚାକିରି ସୁଯୋଗ ଲାଗି ସୁପ୍ରିମକୋର୍ଟ କମିଟି ଗଠନ କଲେ