ବ୍ରାସିଲିଆ: ବ୍ରାଜିଲ୍ର ଆମାଜନ୍ ଜଙ୍ଗଲରେ କିଛିଦିନ ହେଲା ଲାଗିଥିବା ଭୟଙ୍କର ନିଆଁ ପରିବେଶ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ବ୍ରାଜିଲ୍ର ସେନା ବାହିନୀ ଏହି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚଳାଇଥିବା ପ୍ରୟାସ ବିଫଳ ହୋଇଥିବାରୁ ଏବେ ଜି-୭ ରାଷ୍ଟ୍ର ଗୋଷ୍ଠୀ ଏ ଦିଗରେ ସହାୟତାର ହାତ ବଢ଼ାଇଛନ୍ତି। ଆମାଜନ ଜଙ୍ଗଲର ୨୫୦୦ ସ୍ଥାନରେ ନିଆଁ ଲାଗିଥିବା ବେଳେ ବ୍ରାଜିଲ୍ର ୪ଟି ରାଜ୍ୟ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଅନେକ ଆଦିବାସୀ ବସତି ଏବଂ ସଂରକ୍ଷିତ ଜଂଗଲ ଏଥିରେ ପାଉଁଶ ହୋଇଯାଇଛି। ଆମାଜନ୍ ନିଆ ଏବେ ଅନ୍ତର୍ଜାତୀୟ ସଙ୍କଟର ରୂପ ନେଇଛି।
ଆମାଜନ୍ ନିଆଁ ଅନିୟନ୍ତ୍ରିତ, ସହଯୋଗର ହାତ ବଢ଼ାଇଲା ଜି-୭
Advertisment
Follow Us