ଆପାର୍ଟମେଣ୍ଟରେ ନିଆଁ ଲାଗିଲା: ୧୪ ମୃତ

Advertisment
ଆପାର୍ଟମେଣ୍ଟରେ ନିଆଁ ଲାଗିଲା: ୧୪ ମୃତ

india today

ଧାନବାଦ: ଝାଡ଼ଖଣ୍ଡର ଧାନବାଦ ସହରରେ ଏକ ଆବାସିକ ଆପାର୍ଟମେଣ୍ଟରେ ମଙ୍ଗଳବାର ରାତିରେ ନିଆଁ ଲାଗି ଯାଇଛି। ଅତି କମରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ଅଗ୍ନିକାଣ୍ଡରେ ୧୮ ଜଣ ଗୁରୁତର ହୋଇପଡିଛନ୍ତି। ଗୁରୁତରମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ଲୋକ ନିଆଁର ଆଁ ଭିତରେ ଫସି ରହିଥିବାବେଳେ ସେଠାକାର ପ୍ରଶାସନ ଓ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଉକ୍ତ ୧୧ ମହଲା ବିଶିଷ୍ଟ ଆବାସିକ କୋଠା ଆଶୀର୍ବାଦ ଟାୱାର ଆପାର୍ଟମେଣ୍ଟରେ ଏକ ବିବାହ ପାଇଁ ଭୋଜି ଚାଲିଥିବାବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁର ମାତ୍ରା ଏତେ ଥିଲା ଯେ, ଅନେକ ଦୂର ପର୍ଯ୍ୟନ୍ତ ଏହା ଦୃଶ୍ୟମାନ ହୋଇଥିଲା। ତେବେ ନିଆଁ ଲାଗିବା ଜାଣିବା ପରେ ଉକ୍ତ ଆପାର୍ଟମେଣ୍ଟରୁ ଲୋକମାନେ ପଦାକୁ ବାହାରି ଆସିଥିଲେ। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପୁଲିସ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରାଯାଇଥିବା ସେଠାକାର ଡିଏସପି ପ୍ରକାଶ କରିଛନ୍ତି। ଆପାର୍ଟମେଣ୍ଟର ଷଷ୍ଠ ଏବଂ ସପ୍ତମ ମହଲାରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି। ଦମକଳବାହିନୀ ଦ୍ବାରା ନିଆଁ ଲିଭା ଚାଲିଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe