ବିରିୟାନି ରେସ୍ତୋରାଁରେ ଅଗ୍ନିକାଣ୍ଡ: ଜଳିଗଲେ ୬ଜଣ

ଦିଲ୍ଲୀର କନଟ୍ ପ୍ଲେସ୍ (ସିପି)ରେ ଥିବା ବିକ୍କଗନେ ବିରିୟାନି ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଏଲପିଜି ସିଲିଣ୍ଡର ଲିକ୍ ହେବା ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି। 

wet

ନୂଆଦିଲ୍ଲୀ: ଦିଲ୍ଲୀର କନଟ୍ ପ୍ଲେସ୍ (ସିପି)ରେ ଥିବା ବିକ୍କଗନେ ବିରିୟାନି ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଏଲପିଜି ସିଲିଣ୍ଡର ଲିକ୍ ହେବା ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି। 

ଭୟାବହ ଅଗ୍ନିକାଣ୍ଡରେ ପୋଡ଼ି ହୋଇ ଛଅଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ବର୍ତ୍ତମାନ ସମସ୍ତ ଗୁରୁ୍ତରଙ୍କୁ ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ,  ଗୁରୁବାର (ମାର୍ଚ୍ଚ ୧୩) ସକାଳ ପ୍ରାୟ ୧୧.୫୫ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। 

ତଦନ୍ତରୁ ଜଣାପଡିଛି ଯେ, ବିରିୟାନି ରେସ୍ତୋରାଁର ରୋଷେଇ ଘରେ ଥିବା ଏଲପିଜି ସିଲିଣ୍ଡର ଲିକେଜ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ବର୍ଷୀୟ ଦୀପକ ଯାହାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଛି।

ସେହିପରି ୩୧ ବର୍ଷୀୟ ପୀୟୁଷଙ୍କ ଶରୀରର ୭୦ ପ୍ରତିଶତ,୨୫ ବର୍ଷୀୟ ମହିନ୍ଦ୍ରାଙ୍କ ଶରୀର ୮୧ ପ୍ରତିଶତ, ୨୧ ବର୍ଷୀୟ ଏମଡି ଆଲାର୍ମଙ୍କ ଶରୀରର ୩୦ ପ୍ରତିଶତ, ୨୮ ବର୍ଷୀୟ ସାରୁଦ୍ଦିନଙ୍କ ଶରୀର ୨୦ ପ୍ରତିଶତ ଓ ୨୬ ବର୍ଷୀୟ ଜନକଙ୍କ ଶରୀର ୪ ପ୍ରତିଶତ ପୋଡ଼ିଯାଇଛି। ଆହତ ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। 

 ଅବହେଳାର ହେତୁ ଅଗ୍ନିକାଣ୍ଡ ଘଟିଥିବାର ସମ୍ଭାବନା ଥିବାରୁ ଦିଲ୍ଲୀ ପୁଲିସ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଛି। ତଦନ୍ତ ଦାୟିତ୍ୱ ଏସଆଇ ଜୟପାଲ ସିଂହଙ୍କୁ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe