ଦିଲ୍ଲୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ଝରକାପାର୍ଶ୍ବ ‌ଦେଇ କ୍ରେନ ସାହାଯ୍ୟରେ ରୋଗୀଙ୍କୁ କରାଯାଇଛି ଉଦ୍ଧାର

ଦିଲ୍ଲୀର ଶାହଦରା ଜିଲ୍ଲାର ଆନନ୍ଦ ବିହାର ଅଞ୍ଚଳରେ ଅବସ୍ଥିତ କସମସ୍ ସ୍ପେଶାଲିଷ୍ଟ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଝରକାପାର୍ଶ୍ବ ‌ଦେଇ କ୍ରେନ ସାହାଯ୍ୟରେ ରୋଗୀଙ୍କୁ ଉଦ୍ଧାର କରାଯାଇ ଘରୋଇ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।

New weProject

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରା ଜିଲ୍ଲାର ଆନନ୍ଦ ବିହାର ଅଞ୍ଚଳରେ ଅବସ୍ଥିତ କସମସ୍ ସ୍ପେଶାଲିଷ୍ଟ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାର ଖବର ପାଇବା ପରେ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପରେ କର୍ମଚାରୀମାନେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ୨ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ପାରିଛନ୍ତି।

ହସ୍ପିଟାଲରୁ ୧୧ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ଘରୋଇ ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅମିତ ବୋଲି ଚିହ୍ନଟ କରାଯାଇଛି। ମୃତକ ଜଣକ ହସ୍ପିଟାଲର କର୍ମଚାରୀ ଥିବା କୁହାଯାଉଛି।

ନିଆଁ ଲାଗିବା ପରେ ହସ୍ପିଟାଲରେ ଧୂଆଁ ଭରି ଯିବାରୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀଙ୍କ ଅବସ୍ଥା ଗୂରୁତର ହୋଇପଡ଼ିଛି। ସମସ୍ତ ରୋଗୀଙ୍କୁ ଝରକାପାର୍ଶ୍ବ ଦେଇ ଜଣକ ପରେ ଜଣଙ୍କୁ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଛି।


ଏଥିସହିତ ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲ ଭିତରେ କାମ କରୁଥିବା ହାଉସକିପିଂ ଏବଂ ନର୍ସିଂ କର୍ମଚାରୀମାନଙ୍କୁ ମଧ୍ୟ ଗୁରୁତର ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ହସ୍ପିଟାଲପରିସରରେ ଏତେ ପରିମାଣରେ ଧୂଆଁରେ ଭରି ଯାଇଥିଲା ଯେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର ବ୍ୟବହାର କରି ଭିତରକୁ ଯିବାକୁ ପଡିଥିବା ନେଇ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ଜୟସୱାଲ କହିଛନ୍ତି।

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାକୁ ନେଇ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଗଷ୍ଟ ୯ ତାରିଖରେ ପଡ଼ିଥିବା ଶନିବାର ଦିଲ୍ଲୀ ପାଇଁ ଅଶୁଭ କି? କାରଣ ସକାଳେ ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୁଲିସ ଷ୍ଟେସନ ଅଞ୍ଚଳରେ ସମାଧିସ୍ଥଳରେ ନିର୍ମିତ ହୋଇଥିବା  କାନ୍ଥ ଭୁଶୁଡ଼ି ୭ଜଣଙ୍କ ମୃତ୍ୟୁ ହୋଇଥିବାନ ବେଳେ ସମାନ ଦିନରେ ଦିଲ୍ଲୀର କସମସ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe