ଗୁରୁଗ୍ରାମ ବସ୍ତିରେ ଅଗ୍ନିକାଣ୍ଡ, ୧୫୦ ଝୁମ୍ପୁଡ଼ି ପୋଡ଼ିଗଲା

Advertisment
ଗୁରୁଗ୍ରାମ ବସ୍ତିରେ ଅଗ୍ନିକାଣ୍ଡ, ୧୫୦ ଝୁମ୍ପୁଡ଼ି ପୋଡ଼ିଗଲା

NDTV.com

ଗୁରୁଗ୍ରାମ : ହରିୟାଣା ଗୁରୁଗ୍ରାମର ସେକ୍ଟର-୧୦୨ ଅନ୍ତର୍ଗତ ବାଜଘେରା ଗାଁରେ ରବିବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ପ୍ରାୟ ଦେଢ଼ଶହ ଝୁମ୍ପୁଡ଼ି ଘର ପୋଡ଼ି ପାଉଁଶ ହୋଇଯାଇଛି।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଜଣଙ୍କ ଝୁମ୍ପୁଡ଼ିରେ ଏକ ଛୋଟ ଗ୍ୟାସ୍ ସିଲିଣ୍ଡର ଫାଟିଯିବା ଯୋଗୁ ରବିବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ନିଆଁ ଲାଗିଥିଲା। ସେହି ନିଆଁ ପାଖରେ ଥିବା ଏକ ପ୍ଲାଷ୍ଟିକ୍ ଗୋଦାମକୁ ମାଡ଼ିଯିବା ସହ ସାରା ବସ୍ତିକୁ ବ୍ୟାପିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପ୍ରାୟ ଏକ ଡଜନ ଦମକଳ ଆଣି ନିଆଁକୁ ଆୟତ୍ତ କରିଥିଲେ ବୋଲି ଅଗ୍ନିଶମ ଅଧିକାରୀ ରମେଶ ସୈନି କହିଛନ୍ତ। ଏହି ଅଗ୍ନିକାଣ୍ଡରେ ପ୍ରାୟ ଦେଢ଼ଶହ ଘର ପୋଡ଼ି ଗରିବ ଲୋକମାନେ ସର୍ବସ୍ବାନ୍ତ ହୋଇଥିଲେ ମଧ୍ୟ କାହାରି ମୃତ୍ୟୁ ଘଟି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe