ମାଳଦ୍ବୀପରେ ଅଗ୍ନିକାଣ୍ଡ: ୯ ଭାରତୀୟଙ୍କ ସମେତ ୧୦ ମୃତ

ମାଳଦ୍ବୀପରେ ଅଗ୍ନିକାଣ୍ଡ: ୯ ଭାରତୀୟଙ୍କ ସମେତ ୧୦ ମୃତ

Outlook India

ମାଲେ: ମାଳଦ୍ବୀପ ରାଜଧାନୀ ମାଲେରେ ଆଜି ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ରାତି ପ୍ରାୟ ୧୨.୩୦ ସମୟରେ ମାଭେୟୋ ମସଜିଦ୍‌ ନିକଟସ୍ଥ ଏମ୍‌.ନିରୁଫେହି ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଛି। ଏକ ବହୁତଳ ବିଶିଷ୍ଟ କୋଠାର ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ଥିବା ଗ୍ୟାରେଜ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ତତ୍‌କ୍ଷଣାତ ଅନ୍ୟ ମହଲାଗୁଡ଼ିକୁ ବ୍ୟାପୀ ଯାଇଥିଲା।

ସେଠାରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକମା‌ନେ ରହୁଥିଲେ। ଦୁର୍ଘଟଣା ସମୟରେ କର୍ମଚାରୀମାନେ ଶୋଇଥିଲେ। ମାଳଦ୍ବୀପ ଅଗ୍ନିକାଣ୍ଡ ଘଟଣାରେ ୯ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ହାଇ କମିସନ୍‌ ସ୍ପଷ୍ଟ କରିଛନ୍ତି। ହାଇ କମିସନ୍‌ ମାଳଦ୍ବୀପ କର୍ତ୍ତୃପକ୍ଷଙ୍କ ସହ ‌ଯୋଗାଯୋଗରେ ଥିବା କହିଛନ୍ତି। ଏକ ଟ୍ବିଟ କରି ଭାରତୀୟ ହାଇ କମିସନ୍‌ କହିଛନ୍ତି, ମାଲେରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଆମେ ଗଭୀର ଭାବେ ମର୍ମାହତ। ଅଗ୍ନିକାଣ୍ଡ ଘଟିଥିବା କୋଠାରେ ଭାରତ ଓ ବାଂଲାଦେଶର ଅଧିକାଂଶ ନାଗରିକ ରହୁଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe