ମେକ୍ସିକୋ ସିଟି : ଆମେରିକା ସୀମାବର୍ତ୍ତୀ ମେକ୍ସିକୋର ଏକ ପ୍ରବାସୀ ଆଶ୍ରୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ୪୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଭୟାବହ ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ହିଁ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ହସ୍ପିଟାଲରେ ଆଖି ବୁଜିଥିବା ଜଣାପଡ଼ିଛି। ପ୍ରାୟ ୨୫ ଜଣ ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ପ୍ରବାସୀ କେନ୍ଦ୍ରରେ ଦକ୍ଷିଣ ଆମେରିକାର ୭୧ ଜଣ ପ୍ରବାସୀ ରହୁଥିଲେ। ଆଜି ରାତି ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ମେକ୍ସିକୋ ନ୍ୟାୟ ବିଭାଗ ଘଟଣାର ତଦନ୍ତ କରୁଛି।
ମେକ୍ସିକୋ ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ, ୪୦ ଜଣ ଜୀବନ୍ତ ଦଗ୍ଧ
Advertisment
Follow Us