Image Source: Hindustan Times
ନୂଆଦିଲ୍ଲୀ: ଶୁକ୍ରବାର ସକାଳେ କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଆସବାବପତ୍ର ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ମାଜେଣ୍ଟା ଲାଇନ୍ ମେଟ୍ରୋ ଚଳାଚଳ ବାଧାପ୍ରାପ୍ତ ହୋଇଛି।
କାଳିନ୍ଦୀ କୁଞ୍ଜର ଘଟଣାସ୍ଥଳକୁ ସତରଟି ଦମକଳ ଯାଇଛି। ନିଆାଁ ଲାଗିଥିବା କଥା ଭୋର୍ ପ୍ରାୟ ୫: ୩୦ ଜଣାପଡ଼ିଥିଲା। ଭୟବହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।
Image Source: India Todayଏଥିରେ କେହି ମୃତାହତ ହୋଇଥିବାର ଖବର ନାହିଁ ବୋଲି ଅଗ୍ନିଶମ ଅଧିକାରୀମାନେ କହିଛନ୍ତି। କେତେ ଘଣ୍ଟା ଧରି ଜଳିବା ପରେ ନିଆଁକୁ ଆୟତ୍ତାଧୀନ କରାଯାଇଥିଲା।
ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଟୁଇଟର୍ରେ ଏକ ବିବୃତ୍ତି ଜାରି କରି କହିଛି ଯେ ତଳୁ ଉଠୁଥିବା ଧୂଆଁ ଓ ନିଆଁ ଯୋଗୁଁ ଜାସୋଲା ବିହାର ଏବଂ କାଳିନ୍ଦୀ କୁଞ୍ଜ ମଧ୍ୟରେ ରେଳ ସେବା ବ୍ୟାହତ ହୋଇଛି। ଅସୁବିଧା ପାଇଁ ଆମେ ଦୁଃଖିତ।
କିନ୍ତୁ ଜନକପୁରୀ ପଶ୍ଚିମ ଓ ଜସୋଲା ବିହାର ଶହୀନ ବାଗ ମଧ୍ୟରେ ସର୍ଟ ଲୁପ୍ ଯାତାୟାତ କରୁଛି। ସାମୟିକ ଭାବେ କାଳିନ୍ଦୀ କୁଞ୍ଜ ଏବଂ ବଟାନିକାଲ୍ ଗାର୍ଡେନ୍ ମଧ୍ୟରେ ସେବା ସ୍ଥଗିତ ରହିଛି।
Follow Us