ଦକ୍ଷିଣ କୋରିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୧୭୬ ଯାତ୍ରୀ

ଦକ୍ଷିଣ କୋରିଆର ଏକ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଛି। ତେବେ ଆଶ୍ବସ୍ତିର କଥା ହେଉଛି ଯେ ବିମାନରେ ୧୭୬ ଜଣ ଯାତ୍ରୀ ଥିଲେ ବି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

south Korea

ବୁସାନ : ଦକ୍ଷିଣ କୋରିଆର ଏକ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଛି। ତେବେ ଆଶ୍ବସ୍ତିର କଥା ହେଉଛି ଯେ ବିମାନରେ ୧୭୬ ଜଣ ଯାତ୍ରୀ ଥିଲେ ବି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଦକ୍ଷିଣ-ପୂର୍ବ ବୁସାନର ଗିମହାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହଂକଂ ଅଭିମୁଖେ ଯାଉଥିବା ଏୟାର ବୁସାନ୍ ବିମାନରେ ସ୍ଥାନୀୟ ସମୟ ରାତି ପ୍ରାୟ ସାଢ଼େ ୧୦ଟାବେଳେ ନିଆଁ ଲାଗିଯାଇଥିଲା। ବିମାନରେ ସମୁଦାୟ ୧୬୯ ଜଣ ଯାତ୍ରୀ ଏବଂ ୭ ଜଣ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଥିଲେ ।  ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।


ସୂଚନାଯୋଗ୍ୟ, ଗତ ମାସରେ ଦକ୍ଷିଣ କୋରିଆରେ ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ଡିସେମ୍ବର ୨୯ ତାରିଖରେ ଥାଇଲାଣ୍ଡରୁ ମୁଆନ୍ ଅଭିମୁଖେ ଉଡ଼ାଣ ଭରିଥିବା ଜେଜୁ ଏୟାର ର ଏକ ବୋଇଂ ୭୩୭-୮୦୦ ବିମାନ କଂକ୍ରିଟ୍ ବ୍ୟାରିୟରକୁ ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୧୮୧ ଜଣ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ୧୭୯ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe