Times Now
ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଏକ ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ମାୟାପୁରୀ ଅଞ୍ଚଳରେ ଜୋତା ତିଆରି ହେଉଥିବା କାରଖାନାରେ ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ୨୩ଟି ଦମକଳଗାଡ଼ି ପହଞ୍ଚିବା ସହିତ ୯୦ଜଣ ଅଗ୍ନିଶମ କର୍ମଚାରୀ ଏହି ନିଆଁକୁ ଆୟତ୍ତ କରିବା ସହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଉଛନ୍ତି। ଏହି ଅଗ୍ନିକାଣ୍ଡରେ କେତେଜଣ ମୃତାହତ ହୋଇଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।
India TVଦିଲ୍ଲୀର ମାୟାପୁରୀ ଫେଜ୍ ଅଞ୍ଚଳରେ ଆଜି ସନ୍ଧ୍ୟା ପାଖାପାଖି ୫ଟା ସମୟରେ ଜୋତା ତିଆରି ହେଉଥିବା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି କାରଖାନାଟି ଯେଉଁ ସ୍ଥାନରେ ଅଛି ସେହି ସ୍ଥାନକୁ ଯିବା ପାଇଁ ରାସ୍ତା ପ୍ରସାର ନଥିବାରୁ ଅଗ୍ନିଶମ କର୍ମଚାରୀଙ୍କ ଗାଡ଼ି ପହଞ୍ଚିବାରେ ସାମାନ୍ୟ ଅସୁବିଧା ହୋଇଥିଲେ ବି ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି।
ଅଗ୍ନିଶମ ଅଧିକାରୀଙ୍କ କହିବାନୁସାରେ, ଏହି ଅଗ୍ନିକାଣ୍ଡରେ କୌଣସି ବି ବ୍ୟକ୍ତି ନିଆଁରେ ଫସି ନାହାନ୍ତି। ଖୁବ୍ଶୀଘ୍ର ନିଆଁକୁ ଆୟତ୍ତକୁ ଅଣାଯିବା ପାଇଁ ଉଦ୍ୟମ ଜାରି ରହିଛି। ଆଖପାଖ ଅଞ୍ଚଳରେ ଯେମିତି ନିଆଁ ନବ୍ୟାପେ ସେଥିପ୍ରତି ବି ଦୃଷ୍ଟି ଦିଆଯାଇଛି।
LatestLYଏହାପୂର୍ବରୁ ପୂର୍ବଦିଲ୍ଲୀର ପଟପଡାଗଞ୍ଜ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଏକ ପ୍ରିଣ୍ଟିଂ କାରଖାନାରେ ନିଆଁ ଲାଗିବା ହେତୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଜାନୁଆରି ୯ରେ ତାଙ୍କର ମୃତ୍ୟୁ ହୋଇଥିଲା।
Follow Us