ଦିଲ୍ଲୀରେ ସଂସଦ ଭବନର ସଂଲଗ୍ନ କୋଠାରେ ନିଆଁ, ଘଟଣ‌ାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗର ୫ଟି ଗାଡ଼ି

Advertisment
ଦିଲ୍ଲୀରେ ସଂସଦ ଭବନର ସଂଲଗ୍ନ କୋଠାରେ ନିଆଁ, ଘଟଣ‌ାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗର ୫ଟି ଗାଡ଼ି

New Indian Express

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ସଂସଦ ଭବନର ସଂଲଗ୍ନ କୋଠାରେ ନିଆଁ। ସଂସଦ ଭବନର ସଂଲଗ୍ନ କୋଠାର ଷଷ୍ଠ ମହଲାରେ ନିଆଁ ଲାଗିଥିବା ଜଣା ପଡ଼ିଛି। ଖବର ପାଇବ‌ା ପରେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ପହଞ୍ଚିଛି। ନିଆଁ କେମିତି ଲାଗିଲା ସେ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ଏହା ସହ ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ମଧ୍ୟ ସାମ୍ନାକୁ ଆସିପାରି ନାହିଁ।

ତେବେ ସର୍ଟ ସର୍କିିଟ କାରଣରୁ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗର ଅଧିକାରୀମାନେ ସନ୍ଦେହ କରୁଥିବା ବେଳେ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲୁ ରହିଛି। ଏହା ସହ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିବା ସୂଚନା ରହିଛି ।

Fire On 6th Floor Of Parliament Annexe Building, 5 Fire Engines At Spot ndtv

ସୂଚନା ମୁତାବକ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ନେଇ ବିଧିବଦ୍ଧ ତାରିଖ ଏ ପର୍ଯ୍ୟନ୍ତ ଘୋଷଣା ହୋଇ ନଥିଲେ ମଧ୍ୟ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏଭଳି ଘଟଣା ଘଟିଛି। ସରକାର କୋଭିଡ୍‌ -୧୯ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିବା ସହ ପ୍ରଥମ ଥର ପାଇଁ ଲୋକସଭା ଓ ରାଜ୍ୟସଭାର ଉଭୟ ଭବନ ଏବଂ ଗ୍ୟ‌ାଲେରି ବ୍ୟବହାର ହେବ। ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ରାଜ୍ୟସଭା ସଚିବାଳୟ ଅନୁଯାୟୀ ରାଜ୍ୟସଭାର ସଦସ୍ୟମାନେ ଅଧିବେଶନ ସମୟରେ ଉଭୟ ଚାମ୍ବର୍‌ ଏବଂ ଗ୍ୟାଲେରିରେ ବସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe