India Today
ଗାଜିଆବାଦ୍: ଦିଲ୍ଲୀ ନିକଟସ୍ଥ ଗାଜିଆବାଦ୍ରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସାମ୍ବାଦିକଙ୍କୁ ତାଙ୍କ ୨ ଝିଅଙ୍କ ଆଖି ଆଗରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ସାମ୍ବାଦିକଙ୍କ ନାମ ବିକ୍ରମ ଯୋଶୀ। ଗତ ରାତିରେ ସେ ତାଙ୍କ ଦୁଇ ଝିଅଙ୍କ ସହ ମୋଟର ସାଇକେଲ୍ ଯୋଗେ ଘରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପକରୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଗୁଳି ସାମ୍ବାଦିକଙ୍କ ମୁଣ୍ଡରେ ବାଜିଥିଲା। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଗାଜିଆବାଦ୍ ପୁଲିସ ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛି। ମାମଲାରେ ସମୁଦାୟ ୯ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଉକ୍ତ ଘଟଣାରେ ଜଣେ ପୁଲିସ କର୍ମୀ ମଧ୍ୟ ନିଲମ୍ବିତ ହୋଇଛନ୍ତି।
Follow Us