ସିଆଲଦାହ-ଅଜମେର ଏକ୍ସପ୍ରେସରେ ଅଗ୍ନିକାଣ୍ଡ

Advertisment
ସିଆଲଦାହ-ଅଜମେର ଏକ୍ସପ୍ରେସରେ ଅଗ୍ନିକାଣ୍ଡ

News18 Hindi

‌କୋଲକାତା: ସିଆଲଦାହ-ଅଜମେର ଏକ୍ସପ୍ରେସ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟ୍‌ ଯୋଗୁ ଟ୍ରେନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ସିଆଲଦାହରୁ ରାଜସ୍ଥାନର ଅଜମେରକୁ ଯାତ୍ରା କରୁଥିବା ଏହି ଟ୍ରେନ୍‌ରେ ଆଜି ଅପରାହ୍ନ ୧.୨୦ ସମୟରେ ଉତ୍ତର ପ୍ରଦେଶର କୌସମ୍ଭୀ ନିକଟରେ ଟ୍ରେନ୍‌ର ଗୋଟିଏ ବଗିରେ ନିଆଁ ଲାଗି ଯାଇଥିଲା।

ଯାତ୍ରୀମାନେ ଚେନ୍‌ ଟାଣି ଟ୍ରେନ୍‌ ଅଟକାଇବା ପରେ ଏଥିରୁ ଓହ୍ଲାଇ ଯାଇଥିଲେ। କିଛି ଯାତ୍ରୀ ମଧ୍ୟ ଝରକା ଦେଇ ଡେଇଁ ପଡ଼ିଥିଲେ। ଭରୱାଡ଼ି ‌ଷ୍ଟେସନ ସୁପରିନ‌ଟେଣ୍ଡେଣ୍ଟ୍‌ ଡିଏନ ଯାଦବ କହିଛନ୍ତି, ୧୨୯୮୭ ସିଆଲଦାହ-ଅଜମେର ଏକ୍ସପ୍ରେସ ଟ୍ରେନ୍‌ ଆଜି ଷ୍ଟେସନ୍‌ରେ ଅଟକିଥିଲା। ଟ୍ରେନ୍‌ ବଗିରୁ ନିଆଁ ଲିଭାଇବା ପାଇଁ ଅଧଘଣ୍ଟା ଲାଗିଥିଲା। ଅପରାହ୍ନ ୨ଟାରେ ଟ୍ରେନ୍‌ ପୁଣିଥରେ ଯାତ୍ରା ଆରମ୍ଭ କରିଥିଲା। ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe