ମାନ୍‌ହାଟାନ୍‌ ଟ୍ରମ୍ପ ଟାଓ୍ଵାରରେ ନିଆଁ

ମାନ୍‌ହାଟାନ୍‌ ଟ୍ରମ୍ପ ଟାଓ୍ଵାରରେ ନିଆଁ

NBC New York

ନ୍ୟୁୟର୍କ: ନ୍ୟୁୟର୍କର ମାନ୍‌ହାଟାନ୍‌ ସହରରେ ଥିବା ଟ୍ରମ୍ପ ଟାଓ୍ଵାରରେ ସୋମବାର ପ୍ରତ୍ୟୁଷରେ ଅଗ୍ନିକାଣ୍ଡ ଘଟିଥିବା ଜଣିବାକୁ ମିଳିଛି।

ଅଗ୍ନିଶମ ବିଭାଗ ସୂତ୍ରରୁ ପ୍ରକାଶ, ମାନ୍‌ହାଟାନ୍‌ ସହରରେ ମିଡ୍‌ଟାଉନ୍‌ ଅଞ୍ଚଳରେ ଥିବା ନଭଶ୍ଚୁମ୍ଭୀ ଟ୍ରମ୍ପ ଟାଓ୍ଵାରର ସବା ଉପର ମହଲାରେ ସେଠିକାର ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟା ୩୦ ମିନିଟ ସମୟରେ ନିଆଁ ଲାଗି ଯାଇଥିଲା।

ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅବିଳମ୍ବେ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଟାଓ୍ଵାରର ୫୮ ତାଲାରୁ ପ୍ରବଳ ଧୂଆଁ ସହ ନିଆଁ ବାହାରୁଥିବା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀମାନେ ସ୍କାଇସ୍କାର୍ପର ସାହାଯ୍ୟରେ ସେଠାକୁ ଉଠି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ କିପରି ଓ କାହିଁକି ଘଟିଥିଲା, ଏଥିରେ କେହି ହତାହତ ହୋଇଛନ୍ତି କି ନାହିଁ, କିମ୍ବା କେତେ ଏଥିରେ କେତେ ପରିମାଣର କ୍ଷତି ଘଟିଛି, ସେ ସଂପର୍କରେ ଅଦ୍ୟାବଧି କୌଣସି ପ୍ରକାରର ସବିଶେଷ ତଥ୍ୟ ମିଳିପାରି ନାହିଁ।

 ଉଲ୍ଲେଖଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିଏଲ୍‌ ଇଷ୍ଟେଟ୍‌ ଓ ଡେଭଲପର ସଂସ୍ଥା ପକ୍ଷରୁ ୬୬୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ୫୮ ମହଲାର ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ନିର୍ମାଣ କରାଯିବା ସହ ଏହାକୁ ଟ୍ରମ୍ପ ଟାଓ୍ଵାର ନାମରେ ନାମିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe