ଉଦ୍ଧମପୁର-ଦୁର୍ଗ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଉଦ୍ଧମପୁର-ଦୁର୍ଗ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମୋରେନା: ମଧ୍ୟପ୍ରଦେଶର ମୋରେନା ନିକଟରେ ଆଜି ଉଦ୍ଧମପୁର-ଦୁର୍ଗ ସୁପରଫାଷ୍ଟ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ହୋଇଛି। ଟ୍ରେନ୍‌ର ୨ଟି ବଗି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ୪ଟି ବଗି କ୍ଷତିଗ୍ରସ୍ତ ହୋଇଛି। କର୍ତ୍ତୃପକ୍ଷ କହିଛନ୍ତି ଯେ କେବଳ ୨ଟି ବଗି ଜଳି ଯାଇଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି। ଟ୍ରେନ୍‌ଟି ଜମ୍ମୁ କାଶ୍ମୀରର ଉଦ୍ଧମପୁରରୁ ବାହାରି ଛତିଶଗଡ଼ର ଦୁର୍ଗ ଅଭିମୁଖେ ଯାତ୍ରା କରୁଥିଲା।

ନିଆଁ ଲାଗିବା ପରେ ଟ୍ରେନ୍‌ର ୨ଟି ବଗିକୁ ବିଚ୍ଛିନ୍ନ କରାଯାଇଥିଲା ଏବଂ ଟ୍ରେନ୍‌କୁ ଗ୍ବାଲିୟର ଅଭିମୁଖେ ନିଆଯାଇଥିଲା। ପ୍ରଥମେ ନିକଟସ୍ଥ ଗ୍ରାମବାସୀମାନେ ଏହି ଚଳନ୍ତା ଟ୍ରେନ୍‌ରେ ନିଆଁ ଦେଖିବା ପରେ ପୁଲିସରେ ଖବର ଦେଇଥିଲେ। ତୁରନ୍ତ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡର ସଠିକ୍‌ କାରଣ ଏଯାବତ ଜଣାପଡ଼ିନାହିଁ। କେତେକ ଯାତ୍ରୀଙ୍କ ଲଗେଜ୍‌ ଜଳିଯାଇଥିବା ମଧ୍ୟ ରିପୋର୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe