Image Source: India Today
ଗାଜିଆବାଦ: ଶନିବାର ଦିନ ବର୍ଷା ହେଉଥିବା ବେଳେ ଗାଜିଆବାଦ ରେଳ ଷ୍ଟେସନ୍ ନିକଟରେ ଶୂନ୍ୟରୁ ଏକ ଅଗ୍ନି ପିଣ୍ଡୁଳା ଭଳି ଜିନିଷ ଖସିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ସେ ଅଗ୍ନି ପିଣ୍ଡୁଳାରେ ସୋଡିୟମ୍ ଥିବା କଥା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି।
ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ବର୍ଷୁଥିବାରୁ ଷ୍ଟେସନ ପାଖରେ ଗୁଡ଼ାଏ ଲୋକ ଆଶ୍ରୟ ନେଇଥିଲେ। ସେତିକି ବେଳେ ବଜ୍ରନାଦ କରି ଶୂନ୍ୟରୁ ଉଲ୍କା ଭଳି ଅଗ୍ନି ପିଣ୍ଡୁଳାଟିଏ ଖସିଥିଲା। ଉପସ୍ଥିତ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଉଲ୍କା ଭଳି ଦିଶୁଥିବା ସେ ଜିନିଷରୁ ନିଆଁ ଲିଭାଇ ଦିଆଯିବା ପରେ ମଧ୍ୟ ତାହା କୁହୁଳୁ ଥିଲା ବୋଲି ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି।
Image Source: The Pigeon Expressଜିଲ୍ଲା ମାଜିଷ୍ଟ୍ରେଟ୍ ଅଜୟଶଙ୍କର ପାଣ୍ଡେ କହିଛନ୍ତି ଯେ ଏ ଭଳି ଏକ ଅସ୍ୱାଭାବିକ ଘଟଣା ଘଟିବା ପରେ ଭୂବିଜ୍ଞାନୀ ଏସ୍. ସି. ଶର୍ମା ଏବଂ ବିଜ୍ଞାନ ସହାୟକ ବିବେକ ଘଟଣାସ୍ଥଳକୁ ଯାଇ ସେ ଜିନିଷଟିକୁ ପରୀକ୍ଷା କରିଥିଲେ।
ସେମାନେ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଶୂନ୍ୟରୁ ଖସିଥିବା ଜିନିଷଟିରେ ସୋଡିୟମ୍ ଥିବା ପରି ମନେହୁଏ। କାରଣ ପାଣି ସହ ଆସିବାରୁ ଏଥିରୁ ବାମ୍ଫ ବାହାରୁଛି।
ଅଧିକ ପରୀକ୍ଷା ନିମନ୍ତେ ଏହାର ନମୁନା ଲକ୍ଷ୍ନୌସ୍ଥିତ ଏକ ପରୀକ୍ଷାଗାରକୁ ପଠାଯିବ ବୋଲି ପାଣ୍ଡେ କହିଛନ୍ତି।
Follow Us