ନୂଆଦିଲ୍ଲୀ: ମହୁମାଛି କାମୁଡ଼ା ଯନ୍ତ୍ରଣାଦାୟକ ହୋଇଥାଏ। ଯାହାକୁ ମହୁମାଛି କାମୁଡ଼ିଛି ସିଏ ହିଁ ତାର ଯନ୍ତ୍ରଣା ଅନୁଭବ କରି ପାରିବ। ନିକଟରେ ଏହି ମହୁମାଛିକୁ ନେଇ ନ୍ୟୁୟର୍କର ମେକ୍ସିକୋରୁ ଏକ ଖବର ଆସିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ କାରକୁ ୧୫୦୦୦ରୁ ଊର୍ଧ୍ବ ମହୁମାଛି ଘେରି ଯାଇଥିଲେ, ଯାହାକୁ ଦେଖି କାର ଚାଳକ ଜଣକ ଭୟଭୀତ ହୋଇଯାଇଥିଲେ।
ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଅଗ୍ନିଶମ ବିଭାଗର କର୍ମଚାରୀ କାର ଭିତରୁ ମହୁମାଛି ପଲଙ୍କୁ ବାହାର କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଉକ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଶତ୍ରୁ ଭାବି ମହୁମାଛି ଘେରି ବି ଯାଇଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଦୋକାନ ସାମ୍ନାରେ କାର ଛିଡ଼ା କରି ଜିନିଷ ପତ୍ର କିଣୁଥିଲେ। ଏହି ସମୟରେ କାର ପଛପାର୍ଶ୍ବରେ ଖୋଲା ରହିଥିବା ଝରକାରେ ୧୫୦୦୦ପାଖାପାଖି ମହୁମାଛି ବସି ଯାଇଥିଲେ। କାର ମାଲିକ ସାହାଯ୍ୟ ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ପ୍ରଥମେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଥିଲେ।
ଏହାପରେ ସେ ମହୁମାଛିମାନଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମାହୁମାଛି ଉକ୍ତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ସେ କିଟ ପିନ୍ଧିଥିବାରୁ ବଞ୍ଚି ଯାଇଥିଲେ। ଶେଷରେ ବହୁ ଚେଷ୍ଟା ପରେ ମହୁମାଛିମାନଙ୍କୁ ଆୟତ୍ତ କରି ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯାଇଥିଲା।
Follow Us