ଅଗ୍ନିଶମ ବାହିନୀର ସାହସୀ କର୍ମଚାରୀ; ମେରୁଦଣ୍ଡ ଜନିତ ସମସ୍ୟା ସତ୍ତ୍ୱେ ଦିଲ୍ଲୀ ଅଗ୍ନିକାଣ୍ଡରେ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୧୧ଜଣଙ୍କ ଜୀବନ

ଅଗ୍ନିଶମ ବାହିନୀର ସାହସୀ କର୍ମଚାରୀ; ମେରୁଦଣ୍ଡ ଜନିତ ସମସ୍ୟା ସତ୍ତ୍ୱେ ଦିଲ୍ଲୀ ଅଗ୍ନିକାଣ୍ଡରେ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୧୧ଜଣଙ୍କ ଜୀବନ

India Today

ନୂଆଦିଲ୍ଲୀ: ରବିବାର ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଅନାଜ୍‌ ମଣ୍ଡି ଅଞ୍ଚଳରେ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ ବିଷୟରେ ଖବର ପାଇ  ୩୦ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା।

publive-image Rediff.com

ଘଟଣାସ୍ଥଳରେ ପହଞ୍ଚୁ ପହଞ୍ଚୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ଧୂଆଁରେ ରୁନ୍ଧି ହୋଇ ଅଣନିଶ୍ୱାସୀ ହୋଇଯାଇଥିବା ଲୋକମାନେ ସେହି ସମୟ ପ୍ରତିଟି ମୁହୂର୍ତ୍ତରେ ଜୀବନମରଣ ସହ ସଂଘର୍ଷ କରୁଥିଲେ । ଏଭଳି ପରିସ୍ଥିିରେ ଅଗ୍ନିକାଣ୍ଡରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମଧ୍ୟରୁ ରାଜେଶ ଶୁକ୍ଳାଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଏବେ ସୋସିଆଲ ମିଡିଆର ଚର୍ଚ୍ଚା ଚାଲିଛି।

କାରଣ ଏଭଳି ଭୟାବହ ଅଗ୍ନିକାଣ୍ଡ ପରିସ୍ଥିତିରେ ନିଜର ମେରୁଦଣ୍ଡ ଜନିତ ସମସ୍ୟା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ସେ ଲୋକମାନଙ୍କ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ ରଖିଥିଲେ। ରାଜେଶ ନିଜ ଜୀବନକୁ ବାଜି ଲଗାଇ ପ୍ରଥମେ ନିଆଁ ଲାଗିଥିବା କୋଠା ଭିତରେ ପଶି ୧୧ଜଣ ଲୋକଙ୍କୁ ସେଠାରୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇ ପାରିଥିଲେ। ରାଜେଶଙ୍କ ଏଭଳି ସାହସ ଦେଖି ଲୋକମାନେ ତାଙ୍କୁ ବାସ୍ତବ ହିରୋର ଆଖ୍ୟା ଦେଇ ତାଙ୍କ କାମକୁ ବହୁ ପ୍ରଶଂସା କରୁଛନ୍ତି।

publive-image Devdiscourse

ଲୋକମାନଙ୍କୁ ଏହି ଅଗ୍ନିକାଣ୍ଡରୁ ଉଦ୍ଧାର କରୁଥିବା ସମୟରେ ରାଜେଶ ଶୁକ୍ଳାଙ୍କ ଗୋଡରେ ବି ଆଘାତ ଲାଗିଥିଲା। ଯେଉଁଥିପାଇଁ ତାଙ୍କୁ ଏଲଏନ୍‌ଜେପି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ରାଜେଶଙ୍କ ଏଭଳି କାମକୁ ପ୍ରଶଂସା କରିବା ସହିତ ତାଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe