ଦିଲ୍ଲୀରେ ଆରପିଆଇ ନେତା ଶକିଲ ସୈଫିଙ୍କ ଫାର୍ମହାଉସ ଉପରେ ଆକ୍ରମଣ, ସୁରକ୍ଷାକର୍ମୀ ଆହତ

Advertisment
ଦିଲ୍ଲୀରେ ଆରପିଆଇ ନେତା ଶକିଲ ସୈଫିଙ୍କ ଫାର୍ମହାଉସ ଉପରେ ଆକ୍ରମଣ, ସୁରକ୍ଷାକର୍ମୀ ଆହତ

oneindia

ନୂଆଦିଲ୍ଲୀ: ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ)ର ନେତାଙ୍କ ଦିଲ୍ଲୀସ୍ଥିତ ଫାର୍ମହାଉସରେ ଜଣେ ଅଜଣା ଯୁବକ ପଶି ଗୁଳି ଚଳାଇଥିବା ନେଇ ଖବର ମିଳିଛି | ଅଭିଯୁକ୍ତକୁ ଅଟକାଇବାକୁ ଯାଇ ଫାର୍ମହାଉସ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି | ତାଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ପୁଲିସ ୫୦ବର୍ଷିୟ ସୁରକ୍ଷାକର୍ମୀ ହରିନାଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି |

What triggered the shooting that killed Ponty? Cops say it was ... India Today

ପୁଲିସର କହିବା ମୁତାବକ, ଘଟଣାଟି ଜାତୀୟ ରାଜଧାନୀର ନେହାଲ ବିହାର ଅଞ୍ଚଳରେ ଥିବା ଆରପିଆଇ ସଂଖ୍ୟାଲଘୁ ୱିଙ୍ଗର ଚେୟାରମ୍ୟାନ୍ ଶକିଲ ସୈଫିଙ୍କ ଫାର୍ମହାଉସରେ ସକାଳ ପ୍ରାୟ ୯.୩୦ ସମୟରେ ଘଟିଥିଲା। ଅଜଣା ଯୁବକ ଜଣକ ଫାର୍ମହାଉସ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀ ହରିନାଥ ଉକ୍ତ ବ୍ୟକ୍ତିଙ୍କୁ ଅଟକାଇଥିଲେ | ଏହି ସମୟରେ ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲା | ଗୁଳିଟି ସୁରକ୍ଷାକର୍ମୀଙ୍କ ଗୋଡ଼ରେ ବାଜିବା ପରେ ଆକ୍ରମଣକାରୀ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲା। ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ପୁଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe