ଦିଶା ପାଟନୀଙ୍କ ଘର ଉପରକୁ ଗୁଳିଚାଳନା

ଗତକାଲି ରାତିରେ ବରେଲିରେ ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରକୁ ଅଜଣା ଦୁର୍ବୃତ୍ତମାନେ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଭୋର ପ୍ରାୟ ୩.୩୦ ସମୟରେ ଅଜଣା ଦୁର୍ବୃତ୍ତମାନେ ଦିଶାଙ୍କ ଘର ଉପରକୁ ତିନିରୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ।

disha

ବରେଲି: ଗତକାଲି ରାତିରେ ବରେଲିରେ ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରକୁ ଅଜଣା ଦୁର୍ବୃତ୍ତମାନେ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଭୋର ପ୍ରାୟ ୩.୩୦ ସମୟରେ ଅଜଣା ଦୁର୍ବୃତ୍ତମାନେ ଦିଶାଙ୍କ ଘର ଉପରକୁ ତିନିରୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ ଆତଙ୍କ ଖେଳିଯାଇଛି । ଏହାପରେ ପୁଲିସ ଦିଶାଙ୍କ ଘରର ସୁରକ୍ଷା ବୃଦ୍ଧି କରିଛି । ଏହା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ବରେଲି ପୋଲିସ ପାଞ୍ଚଟି ଭିନ୍ନ ଭିନ୍ନ ଦଳ ଗଠନ କରିଛି।

ଅନ୍ୟପକ୍ଷରେ ଫେସବୁକରେ ଏକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ଗ୍ୟାଙ୍ଗଷ୍ଟର ରୋହିତ ଗୋଡାରା ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳି ଚଳାଇବାର ଦାୟିତ୍ୱ ନେଇଛି। ସେ ଦର୍ଶାଇଛି ଯେ ସନ୍ଥ ପ୍ରେମାନନ୍ଦଜୀ ମହାରାଜ ଓ ହିନ୍ଦୁ ଧର୍ମ ବିରୋଧୀ ବୟାନ ପାଇଁ ଏହି ଗୁଳିକାଣ୍ଡ କରାଯାଇଛି । ତେବେ ଏହା ଏକ ଟ୍ରେଲର ଥିଲା, ଆଗକୁ ସନାତନ ବିରୋଧୀ ମନ୍ତବ୍ୟ ଦେଲେ ପରିସ୍ଥିତି ଭୟାବହ ହେବ । ତେବେ ଏହି ପୋଷ୍ଟର ସତ୍ୟାସତ୍ୟ ଯାଞ୍ଚ କରାଯାଇ ନାହିଁ, ତେଣୁ ବରେଲି ପୁଲିସ ଏହାର ତଦନ୍ତ କରୁଛି। କିଛିଦିନ ତଳେ ଦିଶାଙ୍କ ଉଭଣୀ ଖୁସବୁ ପ୍ରେମାନନ୍ଦ ମହାରାଜଙ୍କ ବିରୋଧରେ କେତେକ ବିବାଦୀୟ ବୟାନ ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe