Advertisment

ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ କାନାଡା ଘରେ ଗୁଳିକାଣ୍ଡ

Advertisment
ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ କାନାଡା ଘରେ ଗୁଳିକାଣ୍ଡ

ଓଟାୱା: ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ କାନାଡାସ୍ଥିତ ବଙ୍ଗଳା ଉପରେ ଶନିବାର ଗୁଳିକାଣ୍ଡ ହୋଇଛି । କୁଖ୍ୟାତ ଅପରାଧିକ ଗୋଷ୍ଠୀ ଲରେନ୍ସ ବିଷ୍ନୋଇ ଗ୍ରୁପ୍ ଏଥିପାଇଁ ନିଜକୁ ଦାୟୀ କରିଛି । କୁହାଯାଉଛି ଯେ ଗିପ୍ପି ଗ୍ରେୱାଲଙ୍କ ବଙ୍ଗଳା କାନାଡାର ଭାନକୁଭରର ହ୍ୱାଇଟ୍ ରକ୍ ଅଞ୍ଚଳରେ ରହିଛି, ଯେଉଁଠାରେ ଏହି ଗୁଳିକାଣ୍ଡ ଘଟିଥିଲା।

ଲରେନ୍ସ ବିଷ୍ଣୋଇ ଫେସବୁକରେ ଏକ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ଯେ ସେ ଏହି ଗୁଳିକାଣ୍ଡ କରିଛନ୍ତି। ବିଷ୍ଣୋଇ ଲେଖିଛନ୍ତି, "ହଁ, ସତ୍ ଶ୍ରୀଅକାଲ ରାମ ରାମ ସବନୁ, ଆଜି ଲରେନ୍ସ ବିଷ୍ଣୋଇ ଗ୍ରୁପ୍ ଭ୍ୟାନକୁଭର ହ୍ୱାଇଟ୍ ରକ୍ ଏରିଆରେ ଥିବା ଗିପ୍ପି ଗ୍ରେୱାଲଙ୍କ ବଙ୍ଗଳାରେ ଗୁଳି ଚଳାଇଥିଲା।

ଗିପ୍ପିଙ୍କୁ ସମ୍ବୋଧନ କରି ସେ ଆହୁରି ମଧ୍ୟ ଲେଖିଛି, “ସଲମାନକୁ ସବୁବେଳେ ଭାଇ ଭାଇ ବୋଲି କହୁଛୁ, ଏବେ ତୋତେ ତୋ ଭାଇ ବଞ୍ଚାଇବ କି ? ସଲମାନକୁ ବି ଏକ ବାର୍ତ୍ତା ହେଉଛି ଯେ ତୋତେ ଦାଉଦ ବି ସହାୟତା କରିପାରିବ ନାହିଁ, କେହି ତୋତେ ଆମଠାରୁ ରକ୍ଷା କରିପାରିବେ ନାହିଁ ।“

ସୂଚନାଯୋଗ୍ୟ ଯେ, ପଂଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ପାଇଁ ବି ଲରେନ୍ସକୁ ଦାୟୀ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe