ଆମେରିକା ସ୍କୁଲରେ ପୁଣି ଗୁଳିକାଣ୍ଡ, ୪ମୃତ

ଆମେରିକାରେ ପୁଣି ଥରେ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଜର୍ଜିଆର ଏକ ହାଇସ୍କୁଲରେ ବୁଧବାର ଜଣେ ସାଥୀ ଛାତ୍ରଙ୍କ ଗୁଳିମାଡ଼ରେ ଦୁଇ ଛାତ୍ରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି

firing


ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଜର୍ଜିଆର ଏକ ହାଇସ୍କୁଲରେ ବୁଧବାର ଜଣେ ସାଥୀ ଛାତ୍ରଙ୍କ ଗୁଳିମାଡ଼ରେ ଦୁଇ ଛାତ୍ରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ବୋଲି ସିଏନ୍ଏନ୍ ରିପୋର୍ଟ କରିଛି। ସନ୍ଦିଗ୍ଧ ବନ୍ଧୁକଧାରୀ ଜଣକ ଆଟଲାଣ୍ଟାଠାରୁ ପ୍ରାୟ ଏକ ଘଣ୍ଟା ଦୂର ଜର୍ଜିଆର ୱିଣ୍ଡରସ୍ଥିତ ଅପାଲାଚି ହାଇସ୍କୁଲର ଛାତ୍ର ୧୪ ବର୍ଷୀୟ କୋଲ୍ଟ କ୍ରେ ବୋଲି ଜଣାପଡିଛି।

ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ୨ ଜଣ ଶିକ୍ଷକ ଅଛନ୍ତି। ଗୁଳିକାଣ୍ଡ ଏବଂ ଏହା ପଛର ଉଦ୍ଦେଶ୍ୟ ସମ୍ପର୍କରେ ଏଜେନ୍ସିମାନେ ତଦନ୍ତ ଜାରି ରଖିଛନ୍ତି। ଏପଲାଚି ହାଇସ୍କୁଲର କନିଷ୍ଠ ଛାତ୍ରୀ ଲୀଲା ସାଇରଥ ସିଏନଏନକୁ କହିଛନ୍ତି ଯେ ବୁଧବାର ହୋଇଥିବା ଗୁଳିକାଣ୍ଡର କିଛି ସମୟ ପୂର୍ବରୁ ସେ ସନ୍ଦିଗ୍ଧ ବନ୍ଧୁକଧାରୀ କୋଲ୍ଟ ଗ୍ରେଙ୍କ ପାଖରେ ବସିଥିଲେ। ସେ କହିଛନ୍ତି ଯେ କୋଲ୍ଟ ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟା ୪୫ ରେ କ୍ଲାସରୁ ବାହାରିଥିଲେ। ଲିଲା ଭାବିଥିଲେ ଯେ କୋଲ୍ଟ ବାଥରୁମକୁ ଯାଉଛନ୍ତି, କିନ୍ତୁ ସେ ସେଠାକୁ ଯାଇନଥିଲେ ।

ଏହାର କିଛି ସମୟ ପରେ କୋଲ୍ଟ କ୍ଲାସକୁ ଫେରିଆସିଥିଲା। କ୍ଲାସରୁମରେ ଥିବା ଜଣେ ଝିଅ ତାଙ୍କ ପାଇଁ କବାଟ ଖୋଲିବାକୁ ଯାଇଥିଲା, କିନ୍ତୁ ତା ପାଖରେ ବନ୍ଧୁକ ଥିବା ଦେଖି ସେ ଆତଙ୍କରେ ପଛକୁ ହଟିଯାଇଥିଲା। ଏହା ପରେ ସେ ଶ୍ରେଣୀଗୃହରେ ପ୍ରବେଶ କରି ଗୁଳିଚଳାଇଥିଲା । ଲିଲା କହିଛନ୍ତି ଯେ ତାଙ୍କ କ୍ଲାସରୁମରେ ଛାତ୍ରୀମାନେ ଗୁଳି ଶବ୍ଦ ଶୁଣି ଡେସ୍କ ପଛରେ ଲୁଚି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe