ତାଲିବାନ ଓ ପାକିସ୍ତାନୀ ସେନା ମୁହାଁମୁହିଁ: ଉଭୟ ପଟୁ ଚାଲିଛି ଆଖିବୁଜା ଗୁଳିମାଡ

Advertisment
ତାଲିବାନ ଓ ପାକିସ୍ତାନୀ ସେନା ମୁହାଁମୁହିଁ: ଉଭୟ ପଟୁ ଚାଲିଛି ଆଖିବୁଜା ଗୁଳିମାଡ

photo-live hindustan

କାବୁଲ: ତାଲିବାନକୁ ସମର୍ଥନ କରିବା ଆଉ ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପଛରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହାତ ରହିଥିଲା | ତେବେ ଇମ୍ରାନଙ୍କ ତାଲିବାନ ପ୍ରୀତି ଏବେ ତାଙ୍କ ପାଇଁ ବୁମେରାଙ୍ଗ ସାବ୍ୟସ୍ତ ହୋଇଛି | କାରଣ ଡୁରାଣ୍ଡ ଲାଇନରେ ଏବେ ପାକିସ୍ତାନୀ ସେନା ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଶୁକ୍ରବାର ଦିନ ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ବାଜୋର ଅଞ୍ଚଳର ଗଞ୍ଜଗାଲ, ସାର୍କାନୋ ଏବଂ କୁନୋର ଗ୍ରାମରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଉଭୟ ପାର୍ଶ୍ୱରୁ ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ଜଣେ ତାଲିବାନ ସ୍ନାଇପର ସୀମାରେ ନିୟୋଜିତ ଦୁଇ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ପାକିସ୍ତାନୀ ସୈନିକମାନେ ସୀମାରେ ଥିବା ତାଲିବାନର କିଛି ଗ୍ରାମ ଉପରେ ଗୁଳି ଚଳାଇଥିଲେ। ଏହାର ଜବାବରେ ତାଲିବାନ ପକ୍ଷରୁ ମଧ୍ୟ ଆଖିବୁଜା ଗୁଳିଚାଳନା କରାଯାଇଥିଲା | ଅନ୍ୟପଟେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶନିବାର ଦିନ କେନ୍ଦ୍ର ମନ୍ତ୍ରୀ ଶିବଲି ଫାରାଜଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି |

ଏଥିରେ ମନ୍ତ୍ରୀଙ୍କୁ କୌଣସି ଆଘାତ ଲାଗିନଥିଲେ ବି ତାଙ୍କ ଡ୍ରାଇଭର ଏବଂ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ତେବେ ସୀମାନ୍ତରେ ଏହି ସଂଘର୍ଷ ସେତେବେଳେ ଘଟିଛି ଯେଉଁ ସମୟରେ ତାଲିବାନ ଏବଂ ପାକିସ୍ତାନ ସୀମା ବିବାଦକୁ ସମାଧାନ କରିଥିବାର ଦାବି କରିଥିଲେ । ଶୁକ୍ରବାର ଦିନ ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭବିଷ୍ୟତରେ ସୀମା ସହ ଜଡିତ ସମସ୍ୟାର ପାରସ୍ପରିକ ସହମତି ଭିତ୍ତିରେ ସମାଧାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe