ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାରେ ସାମିଲ ଥିବା ଅଭିଯୁକ୍ତର ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟରେ ମୁମ୍ବାଇ ପୁଲିସ

Advertisment
ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାରେ ସାମିଲ ଥିବା ଅଭିଯୁକ୍ତର ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟରେ ମୁମ୍ବାଇ ପୁଲିସ

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ମାମଲାରେ ଜେଲ୍‌ରେ ଥିବା ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଘଟଣାକୁ କେନ୍ଦ୍ରକରି ବିବାଦ ଦେଖା ଦେଇଛି। ମୁମ୍ବାଇ ପୁଲିସକୁ ଲୋକେ ପ୍ରଶ୍ନବାଣରେ ଘେରି ଦେଇଛନ୍ତି।

ଲୋକେ ମୁମ୍ବାଇ ପୁଲିସକୁ ପ୍ରଶ୍ନ କରିଛନ୍ତି କି...
୧. ୨୩ ବର୍ଷିୟ ଅନୁଜ ଥାପନକୁ ମୁମ୍ବାଇ ପୁଲିସ କ୍ରାଇମ ବ୍ରାଞ୍ଚର ସବୁଠାରୁ ସୁରକ୍ଷିତ ଲକଅପରେ ରଖାଯାଇଥିଲା, ତଥାପି ସେ କିପରି ଆତ୍ମହତ୍ୟା କରି ପାରିଲା?

୨. ଲକ୍ଅପର ଯେଉଁ ପ୍ରଥମ ମହଲାରେ ଅନୁଜ ଥାପନକୁ ରଖାଯାଇଥିଲା, ସେଠାରେ ଆଉ ୬ ଜଣ କଏଦୀ ଥିଲେ, ସିସିଟିଭି ଲଗାଯାଇଥିଲା ଏବଂ ୪ ଜଣ ସୁରକ୍ଷାକର୍ମଚାରୀ ୨୪ଘଣ୍ଟା ଜଗି ରହିଥିଲେ। ତଥାପି କେମିତି କେହି ଅନୁଜକୁ ଜୀବନ ହାରିବାର ଦେଖି ପାରିଲେ ନାହିଁ?

୩. ଅନୁଜ ଥାପନ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡ଼ିତ ଥିଲା, ସେ ହିଁ ପଞ୍ଜାବରୁ ଦୁଇଟି ପିସ୍ତଲ ଆଣି ସୁଟରମାନଙ୍କୁ ଦେଇଥିଲା। ଅନୁଜ ମାଧ୍ୟମରେ ପୁଲିସ ସାବରମତୀ ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ଏବଂ ଏହି ଷଡଯନ୍ତ୍ରର ଆନ୍ତର୍ଜାତୀୟ ସଂଯୋଗ ଅନମୋଲ ବିଷ୍ଣୋଇ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିଲା।

୪.ଏହାର ଅର୍ଥ ସଲମାନ ଖାନ ଘର ବାହାରେ ଗୁଳି ବିନିମୟରେ ଅନୁଜ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ଥିଲା। ଯାହା ମାଧ୍ୟମରେ ସମସ୍ତ ଲିଙ୍କ୍ ସଂଯୋଗ ହୋଇପାରିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ତାର ମୃତ୍ୟୁ ପରେ ପୁଲିସ କ’ଣ କରିବ?

୫.ଅନୁଜ ଜୀବନ ହାରିବା ଘଟଣାକୁ ନେଇ ପୁଲିସ କହିଛି, ଅନୁଜ ଯେତେବେଳେ ଶୁଣିଲା ତାକୁ ଶୀଘ୍ର ଜାମିନ ମିଳିବ ନାହିଁ  ସେ ନିରାଶ ହୋଇଯାଇଥିଲା। ତେଣୁ ସେ ଜୀବନ ହାରି ଦେଇଥିବା ଆମେ ଅନୁମାନ କରୁଛୁ।

୬.ପଞ୍ଜାବରେ ଅନୁଜର ପରିବାର ଅଭିଯୋଗ କରି କହିଛନ୍ତି ଯେ ଅନୁଜ ଆତ୍ମହତ୍ୟା କରିପାରିବ ନାହିଁ। ଅନୁଜକୁ ନିଶ୍ଚୟ ହତ୍ୟା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe