ବାରଣାସୀ: ବାରଣାସୀର ଏକ ମଲ୍ରେ ଆଜି ଅପରାହ୍ନରେ ରିହାତି ମୂଲ୍ୟକୁ ନେଇ ହୋଇଥିବା ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩ ଜଣ ଆହତ ହୋଇଛନ୍ତି। ଦୀପାବଳି ସପିଂକୁ ନେଇ ଗ୍ରାହକ ଏବଂ ମଲ୍ କର୍ମଚାରୀଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା ଏବଂ ଦୁଇ ଜଣ ଯୁବକ ମଲ୍ରେ ଗୁଳିମାଡ଼ କରିଥିଲେ। ୩ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ବାରଣାସୀର କ୍ୟାଣ୍ଟନମେଣ୍ଟ ଅଂଚଳରେ ଥିବା ଜେଏଚ୍ଭି ମଲ୍ରେ ଡିସ୍କାଉଣ୍ଟ ମୂଲ୍ୟକୁ ନେଇ ବିବାଦ ଉପୁଜିବା ପରେ ଗୋଟଏ ଗୋଷ୍ଠୀ ଅତର୍କିତ ଗୁଳିମାଡ଼ କରିଥିବା ସିସିଟିଭି ରେକର୍ଡରୁ ଜଣାପଡ଼ିଛି। ଅପରାଧୀଙ୍କୁ ଧରିବା ପାଇଁ ପୁଲିସର ୨ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଏହି ଘଟଣା ପରେ ସହରରେ ଆତଙ୍କ ଖେଳିଯାଇଛି।
ମଲ୍ରେ ଆଖିବୁଜା ଗୁଳିମାଡ଼, ୨ ମୃତ
Advertisment
Follow Us