ଆମେରିକାର ମିସିସିପିରେ ଗୁଳିକାଣ୍ଡ, ୪ ମୃତ

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ପୁଣି ଥରେ ଏକ ଗୁଳିକାଣ୍ଡରେ ରକ୍ତରଂଜିତ ହୋଇଛି। ଶନିବାର ପ୍ରତ୍ୟୁଷରେ ମିସିସିପିର ଲେଲାଣ୍ଡ ଟାଉନର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

usa

ମିସିସିପି : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ପୁଣି ଥରେ ଏକ ଗୁଳିକାଣ୍ଡରେ ରକ୍ତରଂଜିତ ହୋଇଛି। ଶନିବାର ପ୍ରତ୍ୟୁଷରେ ମିସିସିପିର ଲେଲାଣ୍ଡ ଟାଉନର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ଏକ ଡଜନ ଲୋକ ଆହତ ହୋଇଥିଲେ। ଲୋକମାନେ ଲେଲାଣ୍ଡ ହାଇସ୍କୁଲର ହୋମକମିଙ୍ଗ କ୍ରୀଡା ପାଇଁ ଏକାଠି ହୋଇଥିବାବେଳେ ଏହି ଗୁଳିକାଣ୍ଡ ହୋଇଥିଲା।

ଲେଲାଣ୍ଡ ଟାଉନରେ ଗୁଳିକାଣ୍ଡ ସମ୍ପର୍କରେ ମେୟର ଜନ୍ ଲି ଏକ ବିବୃତ୍ତି ଜାରି କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ମେୟର ଜନ୍ ଲି କହିଛନ୍ତି, "ମୁଁ ଏହି ଘଟଣାରେ ଗଭୀର ଦୁଃଖିତ। ଗୁଳିକାଣ୍ଡରେ ମୃତକଙ୍କ ପରିବାର ସହିତ ମୋର ସମବେଦନା, ଏବଂ ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।" ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଘଟଣା ପ୍ରାୟ ମଧ୍ୟରାତ୍ରିରେ ଏକ ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାରେ ଘଟିଥିଲା, ଯେତେବେଳେ ଲୋକମାନେ ଲେଲାଣ୍ଡ ହାଇସ୍କୁଲ ହୋମକମିଙ୍ଗ କ୍ରୀଡା ପାଇଁ ଏକାଠି ହୋଇଥିଲେ।" "ଗୁଳିକାଣ୍ଡରେ ଆହତ ଚାରି ଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଏକ ବିମାନରେ ସ୍ଥାନାନ୍ତର କରାଯାଇଥିଲା। ସନ୍ଦିଗ୍ଧ ଆକ୍ରମଣକାରୀ ଫେରାର ଅଛି ଏବଂ ପୁଲିସ ତାକୁ ଖୋଜୁଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe