ନ୍ୟୁୟର୍କ ରେଷ୍ଟୁରାଣ୍ଟ ଭିତରେ ଗୁଳିକାଣ୍ଡ, ୩ ମୃତ

ଆମେରିକାର ନ୍ୟୁୟର୍କ ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରୁକଲିନର କ୍ରାଉନ୍ ହାଇଟ୍ସ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟ ଭିତରେ ଗୁଳିଚାଳନା ହୋଇଛି। ଏହି ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

New Project (26)

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରୁକଲିନର କ୍ରାଉନ୍ ହାଇଟ୍ସ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟ ଭିତରେ ଗୁଳିଚାଳନା ହୋଇଛି। ଏହି ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ନିକଟରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । 

ଏହି ଘଟଣା ରବିବାର ସକାଳେ ଘଟିଥିଲା ଯେତେବେଳେ "ଟେଷ୍ଟ ଅଫ୍ ଦି ସିଟି ଲାଉଞ୍ଜ"  ବନ୍ଦ ହେବାକୁ ଯାଉଥିଲା। ପୁଲିସର ସୂଚନା ଅନୁଯାୟୀ, କେତେକ ବନ୍ଧୁକଧାରୀ ରେସ୍ତୋରାଁ ଭିତରକୁ ପ୍ରବେଶ କରି ଆଖିମୁଜା ଗୁଳି ଚଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳେକୁ ବନ୍ଧୁକଧାରୀମାନେ ଫେରାର ହୋଇଯାଇଥିଲେ । ଏପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ ।

ପୁଲିସର ସୂଚନା ଅନୁଯାୟୀ, କେତେକ ବନ୍ଧୁକଧାରୀ ରେସ୍ତୋରାଁ ଭିତରକୁ ପ୍ରବେଶ କରି ଆଖିମୁଜା ଗୁଳି ଚଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳେକୁ ବନ୍ଧୁକଧାରୀମାନେ ଫେରାର ହୋଇଯାଇଥିଲେ । ଏପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ ।

ନ୍ୟୁୟର୍କ ପୁଲିସ କମିଶନର ଜେସିକା ଟିସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୁଲିସ ସକାଳ ପ୍ରାୟ ସାଢ଼େ ୩ଟା ସମୟରେ ଗୁଳିଚାଳନା ସମ୍ପର୍କରେ ଏକ ଫୋନକଲ୍ ପାଇଥିଲା। ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହା ସହିତ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମୃତକ ତିନିଜଣ ପୁରୁଷ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ୨୭ ବର୍ଷ ଏବଂ ଅନ୍ୟ ଜଣେ ୩୫ ବର୍ଷ ବୟସର ବୋଲି କୁହାଯାଉଛି, ଯେତେବେଳେ ତୃତୀୟ ଜଣଙ୍କ ବୟସ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe