Crime: ଏକତରଫା ପ୍ରେମ: ସହପାଠିନୀଙ୍କୁ ଗୁଳି କରି ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
New Project (5)

punjab Photograph: (sambad.in)

ଚଣ୍ଡୀଗଡ଼: ପଞ୍ଜାବର ତରନ ତାରନ ଜିଲ୍ଲାର ଏକ ଆଇନ କଲେଜରେ ଏକତରଫା ପ୍ରେମ ଯୋଗୁଁ ଜଣେ ଛାତ୍ର ନିଜ ସହପାଠିନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗୁଳିକାଣ୍ଡର ଛାତିଥରା ଦୃଶ୍ୟ ଶ୍ରେଣୀକକ୍ଷରେ ଲାଗିଥିବା ସିସିଟିଭି କ୍ୟାମେରା‌ରେ କଏଦ ହୋଇଛି। ଗୁୁଳିକାଣ୍ଡ ଘଟଣା ଉସ୍ମା ସ୍ଥିତ ମାଇ ଭାଗୋ ଆଇନ କଲେଜରେ ଘଟିଥିଲା। ଛାତ୍ରୀ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଓ ତାଙ୍କ ନାଁ ସନ୍ଦୀପ କୌର ବୋଲି ଜଣାପଡ଼ିଛି। ହତ୍ୟାକାରୀ ମଲିଆନ୍‌ ଗାଁର ବାସିନ୍ଦା ପ୍ରିନ୍ସ ରାଜ ନିଜକୁ ସେହି ବନ୍ଧୁକରୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ ସୂଚନା ଦେଇଛି। 

ସିସିଟିଭି ଫୁଟେଜରୁ ପ୍ରିନ୍ସ ରାଜ ଶ୍ରେଣୀକକ୍ଷକୁ ଏକ ବ୍ୟାଗ୍ ନେଇ ଆସୁଥିବା ଦେଖିବାକୁ ମିଳୁଛି। ସନ୍ଦୀପ କୌର ଓ ଅନ୍ୟ ଜଣେ ସହପାଠିନୀଙ୍କ ସହିତ ସେ କିଛି ସମୟ କଥା ହେବା ପରେ ପଛ ବେଞ୍ଚକୁ ବସିବାକୁ ଯିବା ଦେଖିବାକୁ ମିଳିଛି। କିଛି ସମୟ ପରେ ପ୍ରିନ୍ସ ହଠାତ୍‌ ବ୍ୟାଗରୁ ଏକ ବନ୍ଧୁକ କାଢ଼ି ସନ୍ଦୀପ କୌରଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିଥିଲା। ଶ୍ରେଣୀ ଗୃହରେ ଥିବା ଅନ୍ୟ ଛାତ୍ରଛାତ୍ରୀ ଭୟଭୀତ ହୋଇ ଇଆଡ଼େ ସିଆଡ଼େ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା। ପୁଲିସ ସନ୍ଦୀପ କୌରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସନ୍ଦୀପଙ୍କ ମା’ ହର୍‌ଜିନ୍ଦର କହିଛନ୍ତି, କିପରି ଜଣେ ଛାତ୍ରଙ୍କୁ କଲେଜକୁ ଅସ୍ତ୍ର ଆଣିବାକୁ ଦିଆଗଲା। ପ୍ରିନ୍ସ ରାଜ ଅନେକ ଦିନ ହେଲା ସନ୍ଦୀପ କୌରଙ୍କୁ ଏକତରଫା ପ୍ରେମ କରିଆସୁଥିଲା। ଗୁଳିକାଣ୍ଡ ପୂର୍ବରୁ ସନ୍ଦୀପ ପ୍ରିନ୍ସ ରାଜଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଦେବା ସହିତ ତାଙ୍କର ଅନ୍ୟ ଜଣଙ୍କ ସହିତ ନିର୍ବନ୍ଧ ଶେଷ ହୋଇଥିବା କହିଥିଲେ। ଏହା ଶୁଣିବା ପରେ ପ୍ରିନ୍ସ ରାଜ ଉତ୍‌କ୍ଷିପ୍ତ ହୋଇ ସନ୍ଦୀପଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe