ପଞ୍ଜାବୀ ଗାୟକ ଏପି ଧିଲୋନଙ୍କ କାନାଡା ବାସଭବନ ବାହାରେ ଗୁଳିକାଣ୍ଡ

ପଞ୍ଜାବୀ ଗାୟକ ଅମୃତପାଲ ସିଂହ ଓରଫ ଏପି ଧିଲୋନଙ୍କ କାନାଡାରେ ଥିବା ତାଙ୍କ ଭାନକୁଭର ବାସଭବନ ବାହାରେ ଗୁଳିକାଣ୍ଡ ହୋଇଛି। ତେବେ ଏଥିରେ ଧିଲୋନଙ୍କ କୌଣସି କ୍ଷତି ହୋଇନାହିଁ ।

apdhilon

ଭାନକୁଭର : ପଞ୍ଜାବୀ ଗାୟକ ଅମୃତପାଲ ସିଂହ ଓରଫ ଏପି ଧିଲୋନଙ୍କ କାନାଡାରେ ଥିବା ତାଙ୍କ ଭାନକୁଭର ବାସଭବନ ବାହାରେ ଗୁଳିକାଣ୍ଡ ହୋଇଛି। ତେବେ ଏଥିରେ ଧିଲୋନଙ୍କ କୌଣସି କ୍ଷତି ହୋଇନାହିଁ ।

ଗତକାଲି ଏହି ଘଟଣା ଘଟିଥିବା ବେଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦାରା ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି। ଏବେ ପୁଲିସ ଓ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 
ଏପି ଧିଲୋନ୍ ଜଣେ ଲୋକପ୍ରିୟ ଇଣ୍ଡୋ-କାନାଡିଆନ ରାପର । ଏପି ଧିଲୋନ୍ ସଲମାନ ଖାଁଙ୍କୁ ନେଇ ଏକ ମ୍ୟୁଜିକ୍ ଭିଡିଓ 'ଓଲ୍ଡ ମନି' ରିଲିଜ୍ କରିବାର କିଛି ସପ୍ତାହ ପରେ ଏହି ଆକ୍ରମଣ ହୋଇଛି। ତାଙ୍କ ପଞ୍ଜାବୀ ଗୀତ ଅନେକ ସମୟରେ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥାଏ ।
ସୋସିଆଲ ମିଡିଆରେ ପ୍ରସାରିତ ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଦାବି କରାଯାଇଛି ଯେ ସେପ୍ଟେମ୍ବର ୧ ତାରିଖ ରାତିରେ ଏହି ଗ୍ୟାଙ୍ଗ କାନାଡାର ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଯୋଜନା କରିଥିଲା - ଗୋଟିଏ ଭିକ୍ଟୋରିଆ ଦ୍ୱୀପରେ ଏବଂ ଅନ୍ୟଟି ଟରୋଣ୍ଟୋର ଉଡ୍ବ୍ରିଜ୍ ରେ । ଏହି ଗ୍ୟାଙ୍ଗ ବଲିଉଡ୍ ଚଳଚ୍ଚିତ୍ର ଅଭିନେତା ସଲମାନ ଖାଁ ଙ୍କ ସହ ଲିଙ୍କ୍ ଥିବା ଦର୍ଶାଇ ଏପି ଧିଲୋନଙ୍କୁ ଧମକ ଦେବା ସହ ତାଙ୍କ ସୀମା ଭିତରେ ରହିବାକୁ ଚେତାବନୀ ଦେଇଥିଲା, ନଚେତ୍ ତାଙ୍କୁ କୁକୁର ପରି ମାରିଦିଆଯିବ ବୋଲି ଧମକ ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe