ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ

Advertisment
ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ

ନୂଆଦିଲ୍ଲୀ: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଆକ୍ରମଣ କରାଯାଇଛି | ଆଉ ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି | ରିପୋର୍ଟ ଅନୁଯାୟୀ, ରାଜଧାନୀରୁ ପ୍ରାୟ ୧୫୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ହ୍ୟାଣ୍ଡଲୋଭା ସହରରେ ଏହି ଘଟଣା ଘଟିଛି। ଏହି ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଯେତେବେଳେ ସେ ତାଙ୍କ ସମର୍ଥକଙ୍କୁ ଭେଟୁଥିଲେ ସେତେବେଳେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମୁଖରେ ଫିକୋଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଛି ସମର୍ଥକଙ୍କୁ ଭେଟୁଥିବାବେଳେ ହଠାତ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା | ଆଉ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବାର ଜଣାପଡିଥିଲା | ସ୍ଲୋଭାକିଆର ରାଷ୍ଟ୍ରପତି ଜୁଜାନା କାପୁଟୋଭା ଏହି ଘଟଣାକୁ ନିନ୍ଦା କରି ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମମ ଆକ୍ରମଣ ବୋଲି କହିଛନ୍ତି। ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି କାପୁଟୋଭା କହିଛନ୍ତି, "ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଛି। ମୁଁ ଏହି ଦୁଃଖଦ ସମୟରେ ରୋବର୍ଟ ଫିକୋଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ମିଳିଥିବା ସୂଚନା ମୁତାବକ ରବର୍ଟ ଫିକୋଙ୍କ ପେଟରେ ଗୁଳି ବାଜିଛି | ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ଫିକୋ ଋଷର ସମର୍ଥକ ଏବଂ ଆମେରିକା ବିରୋଧରେ ବାରମ୍ବାର ବୟାନ ଦେଉଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe