Advertisment

ଓଢ଼ଣୀ ଟାଣି ସ୍ବାସ୍ଥ୍ୟକେନ୍ଦ୍ର ପରଖି ଉପଜିଲ୍ଲାପାଳ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ଚିକିତ୍ସା ଅଧିକାରୀ

Advertisment
ଓଢ଼ଣୀ ଟାଣି ସ୍ବାସ୍ଥ୍ୟକେନ୍ଦ୍ର ପରଖି ଉପଜିଲ୍ଲାପାଳ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ଚିକିତ୍ସା ଅଧିକାରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦର ଉପଜିଲ୍ଲାପାଳ କୃତି ରାଜ ନିକଟରେ ନିଜର ପରିଚୟ ଓ ଓଢ଼ଣୀରେ ମୁହଁ ଲୁଚାଇ ଦିଦାମଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯାଇ ପହଞ୍ଚିଥିଲେ।

ଦିଦାମଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଉପଜିଲ୍ଲାପାଳ କୃତି ରାଜ ଅଭିଯୋଗ ଆଣି କହିଥିଲେ କି,  ଅନେକ ସମୟ ଲମ୍ବା ଧାଡ଼ି‌ରେ ଛିଡ଼ା ହୋଇ ଡାକ୍ତରଙ୍କ ପାଖକୁ ଯିବା ପରେ ‌ସେ ଜାଣିବାକୁ ପାଇଲେ କି, ରୋଗୀଙ୍କ କଥା ବୁଝିବା ବଦଳରେ ଅଧିକା ସମୟ ଡାକ୍ତର ଫୋନରେ ବ୍ୟସ୍ତ ରହୁଛନ୍ତି।

ଡାକ୍ତର ରୋଗୀଙ୍କୁ ଉଚିତ ବ୍ୟବହାର ବି କରୁନାହାନ୍ତି। ଏମିତି କି ରେଜିଷ୍ଟର‌ରେ ବହୁ କର୍ମଚାରୀଙ୍କ ଦସ୍ତଖତ ଥିବା ବେଳେ ସେମାନଙ୍କ ଦେଖା ନ ଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା  ଅଧିକାଂଶ ଷ୍ଟକ୍‌ ଔଷଧର ବ୍ୟବହାର ତାରିଖ ପଳାଇଯାଇଥିଲା।

ଉପଜିଲ୍ଲାପାଳ କୃତି ରାଜଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟ ଚିକିତ୍ସା ଅଧିକାରୀ ରାମବଦନ ରାମ କହିଛନ୍ତି, ‘ଉପଜିଲ୍ଲାପାଳ ଦିଦାମଇ  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ କରୁଥିବା ଅଭିଯୋଗକୁ ମୁଁ ସ୍ବୀକାର କରିବି ବି ନାହିଁ। କାରଣ ସେ ଦାବି କରୁଛନ୍ତି କି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବହାର ତାରିଖ ଚାଲି ଯାଇଥିବା ଔଷଧ ରଖାଯାଇଛି। ଆଜ୍ଞା ମୁଁ କହିବି ସେମିତି କିଛି ବି ନାହିଁ। ହଁ ଗୋଟିଏ କି ଦୁଇଟି ସେମିତି ଔଷଧ ଥିଲା। ଯାହାକୁ ଅଲଗା ଭାବେ ରଖାଯାଇଥିଲା।

ସେହିପରି କୁକୁର କାମୁଡ଼ା ଇଞ୍ଜେକସନକୁ ନେଇ କରିଥିବା ଅଭିଯୋଗକୁ ନେଇ ମୁଁ କହିବି  ରୋଗୀଙ୍କୁ ସକାଳ ୮ଟାରୁ ଇଞ୍ଜେକସନ କ୍ରମାଗତ ଭାବେ ଦିଆଯାଉଥିଲା। କର୍ମଚାରୀ ଓ ଡାକ୍ତର କୌଣସି ପ୍ରକାର ଅବହେଳା କରି ନାହାନ୍ତି। ଯାଞ୍ଚ ଚାଲିଛି ଯେଉଁମାନେ ବି ଏଥିରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବାସ୍ଥ୍ୟକେନ୍ଦ୍ରର ସଫେଇ ଉପରେ ବି ଧ୍ୟାନ ଦିଆଯାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe