ଏବେ ବି ପାକିସ୍ତାନ ଆଶ୍ରିତ ହୋଇ ରହିଛି ପୁଲ୍‌ୱାମା ଚାର୍ଜସିଟ୍‌ର ପ୍ରଥମ ଅଭିଯୁକ୍ତ

ଏବେ ବି ପାକିସ୍ତାନ ଆଶ୍ରିତ ହୋଇ ରହିଛି ପୁଲ୍‌ୱାମା ଚାର୍ଜସିଟ୍‌ର ପ୍ରଥମ ଅଭିଯୁକ୍ତ

Image Courtesy of Hindustan Times

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି’ ଫାଇଲ୍‌ କରିଥିବା ପୁଲ୍‌ୱାମା ଆକ୍ରମଣ ଚାର୍ଜସିଟ୍‌ର ପହିଲା ନମ୍ବର ଅଭିଯୁକ୍ତ ‘ଜୈଶ୍‌-ଏ-ମହମ୍ମଦ’ର ମୁଖ୍ୟ ମୌଲାନା ମାସୁଦ ଆଝାରଙ୍କୁ ପାକିସ୍ତାନ ଏବେ ମଧ୍ୟ ଆଶ୍ରୟ ଦେଇ ଚାଲିଥିବା କଥା ଗୁରୁବାର ଦିନ ଭାରତ ଅଭିଯୋଗ କରିଛି।

ଅପହୃତ ବିମାନରେ ପଣବନ୍ଦୀ ଥିବା ୧୫୫ଜଣ ଯାତ୍ରୀଙ୍କ ବିନିମୟରେ ଭାରତୀୟ ଜେଲ୍‌ରୁ ମୁକୁଳିଥିବା ଆଝାର, ତାଙ୍କ ଭାଇ ଅବ୍ଦୁଲ୍‌ ରୌଫ୍ ଅସ୍‌ଗର୍‌ ଏବଂ ଅମ୍ମାର ଅଲ୍‌ୱି ଉକ୍ତ ଚାର୍ଜସିଟ୍‌ରେ ମୂଳ ଅଭିଯୁକ୍ତ ଭାବେ ନାମିତ ହୋଇଛନ୍ତି। ଭାରତୀୟ ଜେଲ୍‌ରୁ ମୁକୁଳିବା ପରେ ୨୦୦୦ ମସିହାରେ ଆଝାର ‘ଜେଇଏମ୍’ ସ୍ଥାପନ କରିଥିଲେ।

publive-image Image Courtesy of Zee News

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ଆକ୍ରମଣ କରାଯିବାର ଦେଢ଼ବର୍ଷ ତଦନ୍ତ କରିବା ପରେ ଚାର୍ଜସିଟ୍‌ ଫାଇଲ୍‌ କରାଯାଇଛି। ଆତଙ୍କବାଦ କାର୍ଯ୍ୟର ମୁକାବିଲା କରିବା ଏବଂ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିଚାର କରିବା ଲାଗି ଏହି ଚାର୍ଜସିଟ୍‌ ଫାଇଲ୍‌ କରାଯାଇଥିଲା।

ପୁଲ୍‌ୱାମା ଆକ୍ରମଣ ନିମନ୍ତେ ଜୈଶ୍ ଏ ମହମ୍ମଦ ଦାୟୀ ବୋଲି ଦାବି କରିଥିଲା। ଏହି ସଂଗଠନ ଓ ତା’ର ନେତା ପାକିସ୍ତାନରେ ଅଛନ୍ତି। ପରିତାପର ବିଷୟ ଯେ ଚାର୍ଜସିଟ୍‌ର ପ୍ରଥମ ଅଭିଯୁକ୍ତ ମାସୁଦ ଆଝାର ପାକିସ୍ତାନରେ ଆଶ୍ରୟ ପାଉଛି। ପାକିସ୍ତାନକୁ ଯଥେଷ୍ଟ ପ୍ରମାଣ ଦିଆ ସରିଲାଣି କିନ୍ତୁ, ସେ ଦାୟିତ୍ବ ଖସାଇ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe