ୟୁକ୍ରେନରେ ଫସି ରହିଥିବା ୨୧୯ ଭାରତୀୟ ଦେଶକୁ ଫେରିଲେ, ଜାରି ରହିବ ‘ଅପରେସନ୍ ଗଙ୍ଗା’

Advertisment
ୟୁକ୍ରେନରେ ଫସି ରହିଥିବା ୨୧୯ ଭାରତୀୟ ଦେଶକୁ ଫେରିଲେ, ଜାରି ରହିବ ‘ଅପରେସନ୍ ଗଙ୍ଗା’

ମୁମ୍ବାଇ: ଆଜି ପ୍ରଥମ ଦଫାରେ  ୟୁକ୍ରେନରେ ଫସି ରହିଥିବା ୨୧୯ ଭାରତୀୟ ନାଗରିକ ଦେଶକୁ ଫେରିଛନ୍ତି ।ବୁକାରେଷ୍ଟରୁ ବାହାରି ମୁମ୍ବାଇ ପହଞ୍ଚିବା ପରେ ସେମାନଙ୍କୁ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ସ୍ୱାଗତ କରିଥିଲେ।

ସୁରକ୍ଷିତ ଭାବେ ଭାରତ ଫେରିଥିବା ନାଗରିକଙ୍କ ସହ ନିଜର ଏକ ଭିଡିଓ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି: "ମାତୃଭୂମିକୁ ସ୍ବାଗତମ୍! ମୁମ୍ବାଇ ବିମାନବନ୍ଦରରେ ୟୁକ୍ରେନରୁ ସୁରକ୍ଷିତ ଭାବରେ ଫେରିଥିବା ଭାରତୀୟଙ୍କ ମୁହଁରେ ହସଦେଖି ମୁଁ ଖୁସି।"

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ, ୨୧୯ ଭାରତୀୟ ନାଗରିକଙ୍କୁ ନେଇ ବୁକାରେଷ୍ଟରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ଏୟ‌ାର ଇଣ୍ଡିଆ ବିମାନ ଶନିବାର ସଂଧ୍ୟାରେ ପହଞ୍ଚିଥିଲା।  ଫେବୃଆରୀ ୨୪ରେ ଋଷ ଆକ୍ରମଣ ପରେ ଯେଉଁ ଭାରତୀୟମାନେ ୟୁକ୍ରେନ-ରୋମାନିଆ ସୀମାକୁ ଯାତ୍ରା କରିବାରେ ସକ୍ଷମ ହୋଇଥିଲେ ସେମାନଙ୍କୁ ଆଣିବା ସମ୍ଭବ ହୋଇଥିଲା।

ୟୁକ୍ରେନରେ ଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଅପରେସନ୍ ଗଙ୍ଗା’ ଆରମ୍ଭ ହୋଇଛି।

ସେଠାରେ ଥିବ‌ା ଅନ୍ୟ ଭାରତୀୟଙ୍କୁ ମଧ୍ୟ ଖୁବ୍ ଶୀଘ୍ର ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଅଣାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe