ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ କାନପୁର ମେଡିକାଲ୍‌ କଲେଜ୍‌ରେ ପହଞ୍ଚିବ ସ୍ପୁଟ୍‌ନିକ୍-୫ ଟିକାର ପ୍ରଥମ ବ୍ୟାଚ୍‌

Advertisment
ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ କାନପୁର ମେଡିକାଲ୍‌ କଲେଜ୍‌ରେ ପହଞ୍ଚିବ ସ୍ପୁଟ୍‌ନିକ୍-୫ ଟିକାର ପ୍ରଥମ ବ୍ୟାଚ୍‌

Image Courtesy of Hindustan Times

ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ସୁଦ୍ଧା ରୁଷ୍‌ର କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍-୫’ର ପ୍ରଥମ ବ୍ୟାଚ୍‌ କାନପୁରର ‘ଗଣେଶ ଶଙ୍କର ବିଦ୍ୟାର୍ଥୀ ମେଡିକାଲ୍‌ କଲେଜ’ରେ ପହଞ୍ଚିବାର ସମ୍ଭାବନା ଅଛି। ସେଠାରେ ଏହି ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷା କରାଯିବ।

‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍ ଇଣ୍ଡିଆ’ର (ଡିସିଜିଆଇ) ଅନୁମୋଦନ ପାଇବା ପରେ ଏହି ଟିକାର ମାନବୀୟ ନୈଦାନିକ ପରୀକ୍ଷା କରାଇବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। କଲେଜର ଅଧ୍ୟକ୍ଷ ଆର୍‌ ବି କମଲ୍‌ ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ସପ୍ତାହରୁ ଏହି ଟିକାର ମାନବୀୟ ନୈଦାନିକ ପରୀକ୍ଷା ଆରମ୍ଭ ହେବ।

publive-image Image Courtesy of News 18

ସେ ଆହୁରି ମଧ୍ୟ କହିଛନ୍ତି, ପରୀକ୍ଷା ନିମନ୍ତେ ପ୍ରାୟ ୧୮୦ ଜଣ ସ୍ବେଚ୍ଛାସେବୀ ପଞ୍ଜିକରଣ କରିଛନ୍ତି। ‌କେତେ ମାତ୍ରାରେ ଟିକା ପ୍ରୟୋଗ କରାଯିବ ସେ କଥା ଏହି ଗବେଷଣାର ମୁଖ୍ୟ ସୌରଭ ଅଗ୍ରୱାଲ୍‌ ନିର୍ଦ୍ଧାରଣ କରିବେ। ଗୋଟିଏ ଡୋଜ୍‌ ଟିକା ଦିଆଯିବା ପରେ ସମ୍ପୃକ୍ତ ସ୍ବେଚ୍ଛାସେବୀଙ୍କ ଅବସ୍ଥା ଅନୁଧ୍ୟାନ କରାଯିବ। ତେବେ ଯାଇ ସେମାନେ ଆଉ ଅଧିକ ଡୋଜ୍‌ ଆବଶ୍ୟକ କରୁଛନ୍ତି କି, ନାହିଁ ସେକଥା ସ୍ଥିର କରାଯିବ। ସମୟାନୁସାରେ ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଶରୀରର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଧାରା ଏବଂ ଅବସ୍ଥା ଯାଞ୍ଚ କରାଯିବ। ଏହି ସବୁ ତଥ୍ୟକୁ ବିଶ୍ଳେଷଣ କରି ଟିକା ସଫଳ ହୋଇଛି କି, ବିଫଳ ହୋଇଛି ତାହା ସ୍ଥିର କରାଯିବ।

୨୧ ଦିନିଆ ବ୍ୟବଧାନରେ ଥରେ, ଦୁଇଥର କିଂବା ତିନି ଥର ଟିକା ଦିଆଯାଇ ସାରିବା ପରେ ସାତ ମାସ ପର୍ଯ୍ୟନ୍ତ ସ୍ବେଚ୍ଛାସେବୀଙ୍କ ଶରୀରରେ ତାହାର ପ୍ରଭାବ ଅଧ୍ୟୟନ କରାଯିବ। ମାସେ ପର୍ଯ୍ୟନ୍ତ ଟିକାର ପ୍ରଭାବକୁ ଲକ୍ଷ୍ୟ କରିବା ପରେ କର୍ତ୍ତୃପକ୍ଷମାନେ ପରୀକ୍ଷାର ଫଳାଫଳ ମୂଲ୍ୟାୟନ କରି ଯାହା କିଛି ନିଷ୍ପତ୍ତି ଗ୍ରହଣ କରିବେ। ପରୀକ୍ଷା ନିମନ୍ତେ କଲେଜର ‘ଏଥିକ୍‌ କମିଟି ମଧ୍ୟ ଅନୁମତି ପ୍ରଦାନ କରିଛି।

ସୂଚନାଯୋଗ୍ୟ କି, ସ୍ପୁଟ୍‌ନିକ୍‌-୫ ଟିକାକୁ -୨୦ ରୁ -୭୦ ଡିଗ୍ରି ତାପମାତ୍ରାରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe