ନୂଆଦିଲ୍ଲୀ,: ବ୍ଲାକହୋଲ୍ର ପ୍ରଥମ ଛବି ପ୍ରକାଶ ପାଇଛି। ବୁଧବାର ସନ୍ଧ୍ୟାରେ ବୈଜ୍ଞାନିକମାନେ ଏଭଳି ଏକ ଉଦ୍ଭାବନର ଘୋଷଣା କରିଛନ୍ତି। ୨୦୧୨ ମସିହାରୁ ଇଭେଣ୍ଟ ହରାଇଜନ୍ ଟେଲିସ୍କୋପ୍ ବିଶେଷ ଅନୁସନ୍ଧାନ କରି ଶେଷରେ ବ୍ଲାକହୋଲର ଏହି ପ୍ରଥମ ଛବି ପ୍ରକାଶ କରିଛି। ଏକ ସମୟରେ ୱାସିଂଟନ ସମେତ ବ୍ରୁସେଲ୍୍ସ, ସାଣ୍ଟିଆଗୋ, ସାଂଘାଇ, ତାଇପେଇ ଏବଂ ଟୋକିଓରୁ ସମ୍ମିଳନୀ କରାଯାଇ ଏହି ଖୋଜ୍ ବିଷୟରେ ସୂଚନା ଦିଆଯାଇଛି। ଉକ୍ତ ବ୍ଲାକହୋଲ ମେସ୍ସୀଏର୍୮୭ ନାମକ ଗାଲେକ୍ସି ବା ଆକାଶଗଙ୍ଗାର କେନ୍ଦ୍ରରେ ଠାବ କରାଯାଇଥିବା ଜଣାପଡିଛି। ଏହା ପୃଥିବୀ ଠାରୁ ୫୪ ନିୟୁତ ବର୍ଷ ଦୂରରେ ଅବସ୍ଥିତ ଥିବା କୁହାଯାଉଛି। ଏହି ଅନୁସନ୍ଧାନରେ ଅଂଶଗ୍ରହଣ କରିଥିବା ହାୱାଇ ଇଷ୍ଟ ଏସିଆନ ଅବ୍ର୍ଜଭଟରି ଜେସିକା ଡୀମ୍ପ୍ସେ ଏହି ବ୍ଲାକହୋଲକୁ ‘ଲର୍ଡ଼ ଅଫ୍ ଦ ରିଙ୍ଗ୍’ର ସୌରନଙ୍କ ଜ୍ୱଳନ୍ତ ଆଖି ସହ ତୁଳନା କରିଛନ୍ତି।
ମହାକାଶରେ ବ୍ଲାକହୋଲ ରହିଥିବା ପ୍ରଥମେ ଆଲବର୍ଟ ଆଇନଷ୍ଟାଇନ୍ ଏବଂ ପରେ ଷ୍ଟିଫେନ୍ ହକିଙ୍ଗ୍ ସିଦ୍ଧାନ୍ତରେ ପହଂଚିଥିଲେ।
ଆସିଲା ବ୍ଲାକ୍ହୋଲ୍ର ପ୍ରଥମ ଛବି
Advertisment
Follow Us